Latest Odisha News

BREAKING NEWS

ଜୁନ୍ ୩୦ ଯାଏଁ ବଢ଼ିଲା ଲକଡାଉନ୍ ଅବଧି, ଜାଣନ୍ତୁ କ’ଣ ସବୁ ରହିବ ଖୋଲା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣି ଥରେ ଲକଡାଉନ୍ ଅବଧିକୁ ବଢ଼ାଇଛନ୍ତି । ଜୁନ୍‌୧ରୁ ଜୁନ୍ ୩୦ ଯାଏଁ ପଂଚମ ପର୍ଯ୍ୟାୟ ଲକଡାଉନ୍ ଘୋଷଣା ହୋଇଛି । ତେବେ ଏହି ପଂଚମ ପର୍ଯ୍ୟାୟ ଲକଡାଉନ୍‌ରେ ଅନେକ ଜନିଷକୁ କୋହଳ କରାଯାଇଛି । ତେବେ ଆସନ୍ତୁ ଜାଣିବା କ’ଣ ସବୁ ଖୋଲା ରହିବ ।

ସ୍କୁଲ-କଲେଜ୍‌ ଖୋଲିବା ନେଇ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡି ଦିଆଯାଇଛି। ଜୁଲାଇ ମାସରେ ରାଜ୍ୟ ସରକାର ଏହା ଉପରେ ନିଷ୍ପତ୍ତି ନେବେ। କଣ୍ଟେନମେଣ୍ଟ ଜୋନ୍‌କୁ ଛାଡି ବାକି ଅଞ୍ଚଳ ପର୍ଯ୍ୟାକ୍ରମେ ଖୋଲିବାକୁ ନିଷ୍ପତ୍ତି ହୋଇଛି।

ନୂତନ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଜୁନ ୮ରୁ ହୋଟେଲ, ମଲ୍, ରେସ୍ତୋରାଁ ଓ ଧାର୍ମିକ ସ୍ଥଳ ଖୋଲା ଯିବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ସରକାର ସର୍ତ୍ତ ସହିତ ଏସବୁ ଖୋଲିବାକୁ ଅନୁମତି ଦେଇଛନ୍ତି। ଏହା ସହିତ ସେଲୁନ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି।

ସମଗ୍ର ଦେଶରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ରହିବ। ଲୋକେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାକୁ ହେଲେ ପାସ୍‌ ଦେଖାଇବା ଜରୁରୀ ନାହିଁ। ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ବି ମେଟ୍ରୋ ସେବା, ଜିମ୍, ସୁଇମିଂ ପୁଲ୍, ସିନେମା ହଲ ବନ୍ଦ ରହିବ।

Comments are closed.