Latest Odisha News

BREAKING NEWS

ଲକଡାଉନ ପ୍ରଭାବ: ବାୟୁମଣ୍ଡଳର ଏଭଳି ପରିବର୍ତ୍ତନକୁ ଅବିଶ୍ୱସନୀୟ କହିଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ସମ୍ଭାବ୍ୟ କରୋନା ଭାଇରସ ସଂକ୍ରମଣରେ ରୋକ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ସମ୍ପୂର୍ଣ୍ଣ ଭାରତକୁ ଆଗାମୀ ଏପ୍ରିଲ ୨୧ ତାରିଖ ଯାଏଁ ଲକଡାଉନ ଘୋଷଣା କରିଛନ୍ତି ।

ଏହି ଲକଡାଉନର ଆଜି ୫ମ ଦିନ ହୋଇଥିବା ବେଳେ ଏକ ସନ୍ତୋଷଜନକ ଖବର ସାମ୍ନାକୁ ଆସିଛି।

କ୍ରମାଗତ ଲକଡାଉନର ସାରା ଦେଶ ବନ୍ଦ ରହିଥିବା ବେଳେ ରାସ୍ତା ଠାରୁ ଆରମ୍ଭ କରି ଗାଡି ମୋଟର ଓ ଅନେକ କଳକରଖାନା ବନ୍ଦ ରହୁଛି । ଯାହାର ପ୍ରବାହ ପ୍ରକୃତି ଉପରେ ଦେଖିବାକୁ ମିଳୁଛି ।

ଏହି ସମୟରେ ବାୟୁମଣ୍ଡଳରେ ଅଦୃଶ୍ୟ ପରିବର୍ତ୍ତନ ଦେଖା ଦେଇଛି । ଗଡ଼ିବାହନ ଚଳାଚଳ, ନିର୍ମାଣ ଏବଂ ଶିଳ୍ପ କାର୍ଯ୍ୟକଳାପରେ କ୍ରମାଗତ ହ୍ରାସ ସହିତ, ବିଗତ ୧୦ ବର୍ଷ ମଧ୍ୟରେ ଶନିବାର ଦିନ ଭାରତ ବର୍ଷ ମଧ୍ୟରେ ସର୍ବୋତ୍ତମ ବାୟୁ ଗୁଣବତ୍ତା ରେକର୍ଡ ହୋଇଛି ।

ଶନିବାର ଦିନ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ତଦାରଖ କରାଯାଇଥିବା ୧୦୧ ଟି ସହର ମଧ୍ୟରୁ ୩୫ ଟି ସହରରେ ଦିନର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ ଶୀର୍ଷ ଶ୍ରେଣୀରେ ରହିଛି ।

୨୦୧୪ ରେ ଜାତୀୟ ବାୟୁ ଗୁଣବତ୍ତା ସୂଚକାଙ୍କ ଆରମ୍ଭ ହେବା ପରଠାରୁ ବାୟୁମଣ୍ଡଳରେ ଏଭଳି ପରିବର୍ତ୍ତନ ଦେଖି ବିଶେଷଜ୍ଞ ମାନେ ଏହାକୁ “ଅପ୍ରତ୍ୟାଶିତ” ଏବଂ “ଅବିଶ୍ୱସନୀୟ” ବୋଲି କହୁଛନ୍ତି ।

ରାଜଧାନୀ ଦିଲ୍ଲୀରେ ଗତ ବର୍ଷ ଅଗଷ୍ଟ ୧୮ ପର ଠାରୁ ରାଜଧାନୀରେ ଅନୁଭୂତ ହୋଇଥିବା ଏହା ପ୍ରଥମ “ସ୍ୱଚ୍ଛ ବାୟୁ” ଅଟେ ।

Leave A Reply

Your email address will not be published.