Latest Odisha News

BREAKING NEWS

ମୋଦିଙ୍କ ‘ମନ କି ବାତ୍‌’: ଜୀବନ ରଖିବା ପାଇଁ ହୋଇଛି ଲକ୍ ଡାଉନ, ଅସୁବିଧା ହେଲେ କ୍ଷମା କରିବେ

ନୂଆଦିଲ୍ଲୀ: ମନ କି ବାତ୍ କାର୍ଯ୍ୟକ୍ରମ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍ ମୁକାବିଲା ଲାଗି ଘୋଷଣା ହୋଇଥିବା ୨୧ଦିନିଆ ଲକ୍ ଡାଉନ ପାଇଁ ଦେଶବାସୀଙ୍କୁ ହେଉଥିବା ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଗରିବ ଲୋକମାନେ ଅସୁବିଧା ପାଇଁ ତାଙ୍କ ଉପରେ ରାଗିଥାଇପାରନ୍ତି କିନ୍ତୁ ଏହା ବିନା କରୋନା ରୋକିବା ପାଇଁ ଅନ୍ୟ କୌଣସି ବାଟ ନ ଥିବା ସେ କହିଛନ୍ତି । କେହି ବି ଏପରି ଏକ ନିଷ୍ପତ୍ତି କରିବାକୁ ଚାହିଁବନି କିନ୍ତୁ ଯେତେବେଳେ ସାରା ବିଶ୍ୱର ଭୟଙ୍କର ଚିତ୍ର ଦେଖିବେ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହେବେ ବୋଲି ମୋଦି ପ୍ରକାଶ କରିଛନ୍ତି ।

ମୃତ୍ୟୁ ସଂଖ୍ୟା ବଢିବା ପୂର୍ବରୁ ଏହା ବିରୋଧରେ ଲଢିବାକୁ ଆହ୍ୱାନ ଦେବା ସହ ଏହି କାର୍ଯ୍ୟକ୍ରମରେ ସୁସ୍ଥ ହୋଇସାରିଥିବା କିଛି କରୋନା ପଜିଟିଭ ରୋଗୀଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ । ପଜିଟିଭ ଚିହ୍ନଟ ପରେ କଣ ଅନୁଭବ କଲେ, କ୍ୱାରେଣ୍ଟାଇନ ପିରିୟଡ କେମିତି ଥିଲା ଏସବୁ ଆଲୋଚନା କରିବା ସହ ଦେଶବାସୀଙ୍କୁ ଭୟଭୀତ ନୁହେଁ ବରଂ ସାହସର ସହ ମୁକାବିଲା କରିବାକୁ ମୋଦି ଆହ୍ୱାନ କରିଛନ୍ତି ।

କେବଳ ରୋଗୀ ନୁହେଁ କରୋନା ବିରୋଧରେ ଏହି ଯୁଦ୍ଧରେ ସାମ୍ନାରେ କିଛି ଯୋଦ୍ଧା ଅର୍ଥାତ କିଛି ଡାକ୍ତରଙ୍କ ସହ ପ୍ରଧାନମନ୍ତ୍ରୀ ବି ଆଲୋଚନା କରିଥିଲେ । ସୋମାନେ କିପରି ରୋଗୀଙ୍କ ଚିକିତ୍ସା କରୁଛନ୍ତି ଓ ରୋଗୀଙ୍କୁ ମାନସିକ ଭାବେ କିପରି ଏହାର ମୁକାବିଲା ପାଇଁ ପ୍ରସ୍ତୁତ କରୁଛନ୍ତି ସେ ନେଇ ପ୍ରଶ୍ନ ପଚାରିଥିଲେ । ଏଥି ସହିତ ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଧୈର୍ଯ୍ୟ ଓ ସମର୍ପିତ କାମକୁ ମନ୍ କି ବାତ୍ ରେ ପ୍ରଶଂସା କରିଛନ୍ତି ମୋଦି ।

ଏହି ଅସମୟରେ ଆମକୁ ସକ୍ରିୟ ରହିବାରେ ସାହାଯ୍ୟ କରୁଥିବା ବ୍ୟାଙ୍କ କର୍ମଚାରୀ, ଟେଲିକମ କର୍ମଚାରୀ, ଡେଲିଭରି ବୟ, ବିଦ୍ୟୁତ କର୍ମଚାରୀଙ୍କ ଭୁମିକା ବେଶ୍ ପ୍ରଶଂସନୀୟ ବୋଲି ସେ କହିଛନ୍ତି । ନିଜ କର୍ମ କରିବା ସହ ସେମାନଙ୍କୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି ସୁରକ୍ଷିତ ରହିବା ପାଇଁ ମୋଦି ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.