Latest Odisha News

BREAKING NEWS

କରୋନାଭାଇରସ ସଂକ୍ରମଣ; ଆରୋଗ୍ୟ ହେଲେ କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ ସୋଫି ଗ୍ରେଗୋଏର ଟ୍ରୁଡୋ(କୋଭିଡ-୧୯) ସଂକ୍ରମଣରୁ ଆରୋଗ୍ୟ ହୋଇଛନ୍ତି ।

ଏନେଇ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି । ଉକ୍ତ ଭିଡିଓରେ ସୋଫି କହିଛନ୍ତି ଯେ ମୁଁ ଏବେ ସୁସ୍ଥ ହୋଇଛି, ଆଉ ଏଥିପାଇଁ ମୁଁ ବହୁତ ଖୁସି ।

ସୂଚନାଯୋଗ୍ୟ, ନିକଟ ଅତୀତରେ କାନାଡର ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ସୋଫି ଗ୍ରେଗୋଏର ଟ୍ରୁଡୋ ଅସୁସ୍ଥତା ଅନୁଭବ କରିବା ସହ ତାଙ୍କୁ ଜ୍ୱର ଲାଗି ରହୁଥିଲା । ସେ ବ୍ରିଟେନରେ ଏକ ବକ୍ତବ୍ୟ ଯୋଗଦାନରୁ ଫେରିବା ପରେ ତାଙ୍କ ଶରୀରରେ ଏଭଳି ଲକ୍ଷଣ ଦେଖା ଦେଇଥିଲା ବୋଲି କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଥିଲା।

ପରେ ତାଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ୧୪ ଦିନ ପର‌୍ୟ୍ୟନ୍ତ ନିରିକ୍ଷଣରେ ରଖାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ କାନାଡା, ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୧୯୫ରୁ ଅଧିକ ଦେଶକୁ ମଧ୍ୟ କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

Leave A Reply

Your email address will not be published.