ଭୁବନେଶ୍ୱର: ଭୁବନେଶ୍ୱରର ଇନଫୋସିଟି ନିକଟରେ କାର୍ଯ୍ୟ କରୁଥିବା ୩୧ ଜଣ ପ୍ରବାସୀ ଚାଲି ଚାଲି ନିଜ ରାଜ୍ୟ ଝାଡ଼ଖଣ୍ଡକୁ ଫେରୁଥିବା ବେଳେ ତାଙ୍କୁ ଡମଣା ଛକ ଠାରେ ଅଟକା ଯାଇଥିଲା ।
ମିଳିଥିବା ସୂଚନା ଅନୁସାରେ ଝାଡଖଣ୍ଡର ଏହି ଶ୍ରମିକମାନେ ଲକଡାଉନ ପରେ ନିଜ ଚାକିରି ହରାଇଥିଲେ। ସେମାନଙ୍କ ପାଖରେ ଆଉ ଅଳ୍ପ ଟଙ୍କା ବଞ୍ଚି ଥୁବାରୁ ସେମାନେ ଭୁବନେଶ୍ୱର ଛାଡିବାକୁ ନିଷ୍ପତ୍ତି ନେଇଥିଲେ।
ପୋଲିସ ସେମାନଙ୍କ ଦୁଃଖ ଶୁଣିବା ପରେ ପୁରୀରେ ପ୍ରବାସୀମାନଙ୍କୁ ଛାଡ଼ିବା ପାଇଁ ଝାଡ଼ଖଣ୍ଡରୁ ଆସିଥିବା ଏକ ବସ୍ରେ ଏହି ୩୧ ଜଣଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବା ନେଇ ବ୍ୟବସ୍ଥା କରିଥିଲେ।
ସେହିଭଳି ଖୋର୍ଦ୍ଧା ପୋଲିସ ଆନ୍ଧ୍ରପ୍ରଦେଶରୁ ନିଜ ରାଜ୍ୟ ଅଭିମୁଖେ ବାହାରିଥିବା ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର ୪୪ ଜଣ ପ୍ରବାସୀ ଶ୍ରମିକଙ୍କଙ୍କୁ ପାଇଁ ଗାଡିର ବନ୍ଦୋବସ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ କୌଣସି ପ୍ରବାସୀଙ୍କୁ ରାଜ୍ୟ ସୀମା ମଧ୍ୟରେ ଚାଲିଚାକୁ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଓଡିଶା ଡିଜିପି ଅଭୟ ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ସେ କହିଥିଲେ ଯେ, ରାଜ୍ୟର ୧୨ ଟି ଚେକପଏଣ୍ଟ ମଧ୍ୟରୁ ତିନିଟିରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସେମାନଙ୍କ ପାଇଁ ପରିବହନ ଏବଂ ଖାଦ୍ୟ ବ୍ୟବସ୍ଥା କରାଯାଇଛି। ଏଥିସହ ଓଡିଶାକୁ ଟ୍ରାଞ୍ଜିଟ୍ ପଏଣ୍ଟ ଭାବରେ ବ୍ୟବହାର କରୁଥିବା ପ୍ରବାସୀମାନଙ୍କୁ ସହାୟତା ପାଇଁ ସେମାନଙ୍କ ନିକଟସ୍ଥ ପୋଲିସ ଷ୍ଟେସନ ନିକଟକୁ ଯିବାକୁ ସେ ଅନୁରୋଧ କରିଥିଲେ।
Comments are closed.