Latest Odisha News

BREAKING NEWS

ଜନ୍ମଦିନରେ ଧମାକା କଲେ କାର୍ତ୍ତିକ ଆର୍ଯ୍ୟନ୍ !

ମୁମ୍ବାଇ: ଲକ୍‌ଡାଉନ୍ ପରେ ସୋସିଆଲ୍ ମିଡିଆରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ । ୩୦ଟି ଫଗୁଣ ଅତିକ୍ରମ କରିଥିବା କାର୍ତ୍ତିକ ଆଜି ନିଜ ଜନ୍ମଦିନ ପାଳୁଛନ୍ତି । ତେବେ ଆଜି ଭଳି ଦିନରେ ସେ ଧମାକା କରି ନିଜ ଫ୍ୟାନମାନଙ୍କୁ ସର୍‌ପ୍ରାଇଜ ଦେଇଛନ୍ତି । ରିଲିଜ୍ କରିଛନ୍ତି ନିଜ ଅପକମିଂ ଫିଲ୍ମ ଧମାକାର ଫାଷ୍ଟ ଲୁକ୍ ।

ଜନ୍ମଦିନ ଅବସରରେ ସୋସିଆଲ୍ ମିଡିଆରେ ଫିଲ୍ମ ଧମାକାର ଫାଷ୍ଟ ଲୁକ୍ ସେୟାର କରିଛନ୍ତି କାର୍ତ୍ତିକ ଆର୍ଯ୍ୟନ୍ । ଖାସ୍ ଏହି ଫିଲ୍ମର ଟାଇଟଲ୍‌କୁ ନେଇ ବେଶ କିଛିଦିନ ଧରି ଦର୍ଶକଙ୍କ ଗହଣରେ ଚର୍ଚ୍ଚା ଚାଲିଥିଲା । ମିଳିଥିବା ଖବର ଅନୁଯାୟୀ କୋରିଆନ୍ ଫିଲ୍ମ ଦ ଟେରର୍ ଲାଇଭ୍‌ର ଅଫିସିଆଲ୍ ହିନ୍ଦୀ ରିମେକ୍ ଭର୍ସନ ଭାବେ ୨୦୨୧ରେ ଫିଲ୍ମଟି ରିଲିଜ୍ ହେବ ।

 

View this post on Instagram

 

A post shared by KARTIK AARYAN (@kartikaaryan)

ରାମ ମାଧୱାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କାର୍ତ୍ତିକ ଜଣେ ସାମ୍ବାଦିକ ଭାବେ ନଜର ଆସିବେ । ଯିଏ ଜଣେ ଆତଙ୍କବାଦୀର ସାକ୍ଷାତକାର ନେବା ପରେ ଅପ୍ରତ୍ୟଶିତ ପରିସ୍ଥିତିରେ ଫସିଯାଇଛନ୍ତି । ସେହି ଆତଙ୍କବାଦୀ ଜଣକ କାର୍ତ୍ତିକଙ୍କୁ ଏକ ବୋମା ସହ ପରୋକ୍ଷ ଭାବେ ସଂପୃକ୍ତ କରିବା ପରେ କାର୍ତ୍ତିକଙ୍କ ସଂଘର୍ଷକୁ ଫିଲ୍ମରେ ଦର୍ଶାଯାଇଛି ।

Leave A Reply

Your email address will not be published.