Latest Odisha News

BREAKING NEWS

ବଢ଼ିପାରେ ଲକ୍‌ଡାଉନ୍ ଅବଧି, ସଂକେତ ଦେଲେ ମୋଦି

ନୂଆଦିଲ୍ଲୀ: ବଢ଼ିପାରେ ଲକ୍‌ଡାଉନ୍ ଅବଧି । ଆଜି ଏନେଇ ସଂକେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ପରେ ନିଜ ପ୍ରତିକ୍ରିୟାରେ ଲକଡାଉନ ବୃଦ୍ଧି କରିବା ନେଇ ମୋଦି କହିଛନ୍ତି । ସେ କହିଛନ୍ତି, ଜୀବନ ଅଛି ତ ବିଶ୍ୱ ଅଛି । ଦେଶବାସୀ ସାମାଜିକ ଦାୟିତ୍ୱକୁ ବୁଝି ଲକଡାଉନ ନିୟମକୁ ପାଳିଛନ୍ତି । ଲକ୍‌ଡାଉନ୍ ବଢ଼ାଇବା ବିନା ଆଉ କୌଣସି ବିକଳ୍ପ ନାହିଁ ବୋଲି ମୋଦି କହିଛନ୍ତି ।

ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ଆଉ ଦୁଇ ସପ୍ତାହ ଲକଡାଉନ୍ ବଢ଼ାଇବା ନେଇ ଘୋଷଣା କରିପାରନ୍ତି । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲକଡାଉନ ଅବଧି ବଢ଼ିବା ନେଇ ଟ୍ୱିଟ୍ କରି ସଂକେତ ଦେଇଛନ୍ତି । ସେ ନିଜ ଟ୍ୱିଟ୍‌ରେ ଲେଖିଛନ୍ତି ଯେ, ମୋଦି ଉଚିତ ନିଷ୍ପତ୍ତି ନେଇଛନ୍ତି । ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ ରହିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.