Latest Odisha News

BREAKING NEWS

ରାଜ୍ୟରେ ବଢିପାରେ ଲକ୍‌ଡାଉନ !

ଭୁବନେଶ୍ୱର: ପୂର୍ବ ଅପେକ୍ଷା ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା କମିଛି । ୯ଟି ଜିଲ୍ଲାରେ ଅଛି ୬୦ ଭାଗ କରୋନା କେସ୍ । ୫ଟି ଜିଲ୍ଲାରେ ପଜିଟିଭ୍ ରେଟ୍ ୫ ପ୍ରତିଶତ ତଳେ ରହିଛି । ୧୯ଟି ଜିଲ୍ଲାରେ ପିଜିଟିଭ୍ ରେଟ୍ କମୁଛି । ଟେଷ୍ଟିଂ ବଢିଥିବାରୁ ପଜିଟିଭ୍‌ଙ୍କ ସଂଖ୍ୟା କମିଛି ବୋଲି ଆଜି ସୂଚନା ଦେଇଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର ।

ଆଗକୁବ ରଜ, ସାବିତ୍ରୀ ଆଦି ପର୍ବପର୍ବାଣୀ ରହିଛି । ତେଣୁ ସଂକ୍ରମଣର ଭୟ ଥିବାରୁ ରାଜ୍ୟରେ ଲକ୍ ଡାଉନ ଅବଧି ବଢିବ ବୋଲି ଆଶା ରହିଛି । କରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ପ୍ରଥମେ ମେ ୫ରୁ ୧୯ ତାରିଖ ଯାଏଁ ଲକ୍‌ଡାଉନ ଘୋଷଣା ହୋଇଥିଲା । ଦ୍ୱିତୀୟ ପର୍ପ୍ୟାୟରେ ଜୁନ ୧ ତାରିଖ ଯାଏଁ ଲକ୍‌ଡାଉନ ଅବଧି ବୃଦ୍ଧି ପାଇଥିଲା । ଲକ୍‌ଡାଉନ ଫଳରେ ସଂକ୍ରମଣ ବୃଦ୍ଧି କମୁଥିବା ବକ୍ଷ୍ୟ କରାଯାଉଥିବାରୁ ଏହି ଅବଧିକୁ ତୃତୀୟ ପର୍ପ୍ୟାୟରେ ବୃଦ୍ଧି କରି ଜୁନ୍ ୧୭ ଯାଏଁ ଲକ୍‌ଡାଉନ ହୋଇପାରେ ବୋଲି ଶୁଣାଯାଉଛି ।

Leave A Reply

Your email address will not be published.