Latest Odisha News

BREAKING NEWS

ଜୁନ୍‌ ମାସରେ ପ୍ରାୟ ୧୨ କୋଟି ଡୋଜ୍‌ ଟିକା ଯୋଗାଇଦେବ କେନ୍ଦ୍ର

ନୂଆଦିଲ୍ଲୀ: ଜୁନ୍ ମାସରେ ପ୍ରାୟ ୧୨ କୋଟି ଡୋଜ୍ କରୋନା ଟିକା ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାର ରବିବାର କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଯୋଗାଣ ଆବଣ୍ଟନ ଉପଭୋକ୍ତା, ଜନସଂଖ୍ୟା ଏବଂ ଟିକା ଅପଚୟ ଉପରେ ନିଷ୍ପତ୍ତି ହୋଇଛି।

ଜୁନ୍ ମାସ ପାଇଁ ସ୍ୱାସ୍ଥ୍ୟ ସେବା କର୍ମୀ (HCWs), ଫ୍ରଣ୍ଟ-ଲାଇନ୍ ୱାର୍କର୍ସ (FLWs) ଏବରୁ ଅଧିକ ବୟସ୍କଙ୍କ ଟିକାକରଣ ପାଇଁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ୬.୦୯ କୋଟି ଡୋଜ କରୋନା ଟିକା ଯୋଗାଇ ଦିଆଯିବ।

“ଏଥିସହ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଘରୋଇ ଡାକ୍ତରଖାନା ଦ୍ୱାରା ପ୍ରତ୍ୟକ୍ଷ କ୍ରୟ ପାଇଁ ୫.୮୬ କୋଟିରୁ ଅଧିକ ଡୋଜ ଉପଲବ୍ଧ ହେବ। ତେଣୁ ଜୁନ୍ ୨୦୨୧ ରେ ପାଖାପାଖି ୧୨ କୋଟି ଡୋଜ ଜାତୀୟ କରୋନା ଟିକାକରଣ କାର୍ଯ୍ୟକ୍ରମ ପାଇଁ ଉପଲବ୍ଧ ବୋଲି ଏଥିରେ କୁହାଯାଇଛି।”

Leave A Reply

Your email address will not be published.