Latest Odisha News

BREAKING NEWS

ଗିଲଗିଟ-ବାଲ୍ଟିସ୍ତାନରେ ଅଗଷ୍ଟ ୧୮ରେ ପାକିସ୍ତାନ ନିର୍ବାଚନ କରିବ : ଭାରତର ବିରୋଧ

ନୂଆଦିଲ୍ଲୀ: ପାକିସ୍ତାନ ଭାରତ ବିରୋଧରେ ଷଡଯନ୍ତ୍ର କରୁଥିବା ଆଉ ଏକ ଘଟଣା ସମ୍ମୁଖକୁ ଆସିଛି । ୧୮ ଅଗଷ୍ଟରେ ଗିଲଗିଟ-ବାଲ୍ଟିସ୍ତାନରେ ପାକିସ୍ତାନ ନିର୍ବାଚନ କରିବା ପାଇଁ ଯୋଜନା କରୁଛି । ଯାହାକୁ ଭାରତ ପକ୍ଷରୁ କଡା ବିରୋଧ କରାଯାଇଛି । ପାକିସ୍ତାନ ସୁପ୍ରିମକୋର୍ଟର ଅନୁମତି ପାଇବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ରାଷ୍ଟ୍ରପତି ଆରିଫ ଆଲଭି ମଧ୍ୟ ଏ ନେଇ ମଞ୍ଜରୀ ଦେଇଛନ୍ତି । ଗିଲଗିଟ-ବାଲ୍ଟିସ୍ତାନ ଭାରତର ଅଙ୍ଗ, ପାକିସ୍ତାନ ଜାଣିଶୁଣି ବିବାଦ ସୃଷ୍ଟି କରିବାକୁ ଚାହୁଁଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଲଦାଖ ସୀମାରେ ଭାରତୀୟ ସେନା ବ୍ୟସ୍ତ ଥିବାରୁ ପାକିସ୍ତାନ ଏହାର ଫାଇଦା ଉଠାଇବା ପାଇଁ ଷଡଯନ୍ତ୍ର କରିଛି ।

Leave A Reply

Your email address will not be published.