ମାଲାକାନଗିରି: ମାଲକାନଗିରିରେ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ କଟକଣା କୋହଳ ହୋଇଛି । ଅଣସମ୍ବେଦନଶୀଳ କ୍ଷେତ୍ରକୁ ଗୁରୁତ୍ୱ ଦେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
କୃଷି କାର୍ୟ୍ୟକ୍ରମ ସହ ଖୋଲିବ ସରକାରୀ ଅଫିସ। ନିର୍ମାଣ କାର୍ୟ୍ୟ ମଧ୍ୟ ଆରମ୍ଭ ହେବ । କୃଷିକାର୍ୟ୍ୟରେ ବିହନ, ସାର, କୀଟନାଶକ ଓ ଆବଶ୍ୟକ କୃଷି ଯନ୍ତ୍ରପାତି ପାଇଁ ଦୋକାନ ଖୋଲା ରହିବ । ଉଦ୍ୟାନ କୃଷି ଓ ମତ୍ସ୍ୟ ଚାଷ କ୍ଷେତ୍ରରେ ସମସ୍ତ କାର୍ୟ୍ୟକୁ ମଧ୍ୟ କଟକଣା ମୁକ୍ତ କରାଯାଇଛି।
ସେହିପରି ସାମାଜିକ ଦୂରତା ରଖି ଆରମ୍ଭ ହୋଇଛି ଗଏଘଜଋଏଇ କାମ। ନିର୍ମାଣ କାମ ଚାଲୁ ରଖିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା ଝଙଚ ପାଳନକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିର୍ମାଣ ପାଇଁ ଅନୁମତି ମିଳିଛି । ୬୦ ବର୍ଷରୁ ଅଧିକ ବୟସର ଶ୍ରମିକଙ୍କୁ କାମ କରିବାକୁ ଅନୁମତି ନାହିଁ ।
ଡାକ୍ତରଖାନା, ପଶୁ ଚିକିତ୍ସାସେବା ଓ ଅତ୍ୟାବଶ୍ୟକ ସେବା ପରିବହନ ପାଇଁ ଘରୋଇ ଗାଡି ଯାତାୟତକୁ ଅନୁମତି ମିଳିବ । ଚାରି ଚକିଆରେ ଡ୍ରାଇଭର ବାଦ୍ ଜଣେ ଲୋକ ଓ ଦୁଇ ଚକିଆରେ କେବଳ ଚାଳକକୁ ଅନୁମିତି ମିଳବ। ତେବେ ଗ୍ରାମାଞ୍ଚଳରେ ସବୁ ପ୍ରକାର ରାସ୍ତା, ବ୍ରିଜ ଓ ଫ୍ଲାଏଓଭର ନିର୍ମାଣ ସହ ମରାମତି, ଜଳସେଚନ କାମ , ଘର ଓ ଶିଳ୍ପ ପାଇଁ ବି ନିର୍ମାଣ କାମକୁ ଅନୁମତି ମିଳିବ। ସରକାରୀ କାର୍ୟ୍ୟାଳୟ ଖୋଲା ରହିବ ଓ କେଉଁ କର୍ମଚାରୀ ଆସିବେ ସେ ନେଇ ବି ଗାଇଡଲାଇନ ଜାରି ହୋଇଛି ।
ଏହାସହ କିଛି ଔଦ୍ୟୋଗିକ କ୍ଷେତ୍ରରେ ମଧ୍ୟ କଟକଣାକୁ କୋହଳ କରାଯିବ । ତୈଳ, ଗ୍ୟାସ , ରିଫାଇନାରୀ, କୋଇଲା ଉତ୍ପାଦନ, ଖଣିଜ ଉତ୍ତୋଳନ ପରିବହନକୁ ବି ଅନୁମତି ମିଳିବ । ଆଇଟି, ହାର୍ଡେଓ୍ୱର ନିର୍ମାଣ, ଔଷଧ ଓ ଚିକିତ୍ସା ଉପକରଣ ଉତ୍ପାଦନ, ସ୍ପେଶାଲ ଇକୋନମିକ ଜୋନ୍ ରପ୍ତାନୀ ଭିତ୍ତିକ ଶିଳ୍ପ, ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ ଓ ଇଣ୍ଡଷ୍ଟ୍ରିଆଲ ଟାଉନସିପରେ ଥିବା ଶିଳ୍ପଦ୍ୟୋଗଗୁଡ଼ିକ ବି ଚାଲିବ । ମାଲକାନଗିରି ଜିଲ୍ଲାରେ ପର୍ୟ୍ୟାୟକ୍ରମେ ସମସ୍ତ ସରକାରୀ କାଯର୍ୟାଳୟ ଖୋଲିବ ।
ସରକାରୀ ଶିଳ୍ପ ପ୍ରତିଷ୍ଠାନ, ସରକାରୀ ଅନୁମୋଦିତ ହୋଇଥିବା କାର୍ୟ୍ୟ ଲାଗି ବିଭିନ୍ନ ଦୋକାନ ମଧ୍ୟ ଖୋଲିବ । ଏହାସହ ଅତ୍ୟାବଶ୍ୟକ ସାମଗ୍ରୀ ଲାଗି ଦୋକାନ ପୂର୍ବ ଧାର୍ୟ୍ୟ ସମୟ ଅନୁସାରେ ଖୋଲିବ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ଯାନବାହନର ସୁବିଧା ଲାଗି ପେଟ୍ରୋଲ ପମ୍ପ ଏବଂ ସର୍ଭିସ ସେଣ୍ଟର ମଧ୍ୟ ଖୋଲା ରହିବ ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲାପାଳ ମନିଷ ଅଗରୱାଲ ।
BREAKING NEWS
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
Comments are closed.