ମଧ୍ୟପ୍ରଦେଶ: ଏଣିକି ଲକ୍ଡାଉନ୍ ଉଲ୍ଲଂଘନକାରୀଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ। ମଧ୍ୟପ୍ରଦେଶ ପୋଲିସ୍ କୋଭିଡ୍ ଉଲ୍ଲଂଘନକାରୀଙ୍କୁ ସାବାଟ୍ କରିବା ପାଇଁ ଏକ ନୂଆ କୌଶଳ ଆପଣେଇଛନ୍ତି।
ଯେଉଁମାନେ କୋଭିଡ୍ ନିୟମ ନମାନିବେ ସେମାନଙ୍କ ୪ ପୃଷ୍ଠା ପ୍ରଭୁ ଶ୍ରୀରାମଙ୍କ ନାମ ଲେଖି ପୂରଣ କରିବାକୁ ପଡ଼ିବ।
ତେବେ ବର୍ତ୍ତମାନ ମଧ୍ୟପ୍ରଦେଶ ପୋଲିସ ଏହି ନୂଆ କୌଶଳ ଆପଣାଇଛି। ସତନାରେ ପୋଲିସ ଏପରି ଉଲ୍ଲଂଘନକାରୀଙ୍କୁ ପ୍ରଭୁ ରାମଙ୍କ ନାମ ଲେଖିବା ଏବଂ ଚାରି ପୃଷ୍ଠା ପୂରଣ କରିବାକୁ କହିବା ଆରମ୍ଭ କରିଛି।
ଲକଡାଉନ୍ ପ୍ରତିବନ୍ଧକକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ପାଇବା ପରେ ସତନା ପୋଲିସ ସେମାନଙ୍କୁ ପ୍ରଭୁ ରାମଙ୍କ ନାମ ଲେଖିବା ପାଇଁ ଏକ ନୋଟବୁକ୍ ଦେଉଛି। ଏହି ନୋଟବୁକ୍ ରେ ପ୍ରଭୁ ରାମଙ୍କର ଏକ ଫଟୋ ଅଛି ଯେଉଁଥିରେ ଶ୍ରୀରାମଙ୍କ ନାମ ମଧ୍ୟ ଲେଖା ଅଛି।
Comments are closed.