Latest Odisha News

ପରିବାରର ସୁରକ୍ଷା ଲାଗି ୧୨ ଦିନ ଗଛ ଉପରେ ରହିଲେ ‌କରୋନା ରୋଗୀ

ତେଲେଙ୍ଗାନା: ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାର ଜଣେ ୧୮ ବର୍ଷ ବୟସ୍କ ଆଦିବାସୀ ଛାତ୍ର ନିଜ ପାଇଁ ଗଛ ଉପରେ ତିଆରି କରିଛନ୍ତି ଆଇସୋଲେସନ୍‌ ବେଡ୍‌। ସେ ମେ ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

କରୋନା ସଂକ୍ରମିତ ହେବା ପରେ ଆଇସୋଲେସନ୍‌ରେ ରହିବା ପାଇଁ ସେ ଗଛ ଉପରେ ଏକ ଅଲଗା କୋଠରୀ ନିର୍ମାଣ କରିଥିଲେ। ଯେଉଁଠାରେ ସେ ୧୨ ଦିନ ରହିଲେ। ତାଙ୍କ ପରିବାରକୁ କରୋନା ଭାଇରସ୍‌ରୁ ସୁରକ୍ଷା ଦେବା ପାଇଁ ସେ ଏପରି କରିଥିବା କହିଛନ୍ତି ଶିବ ନାମକ ଏହି ଯୁବକ। ତାଙ୍କୁ ଏକ ପୃଥକ୍‌ କୋଠରୀ ଯୋଗାଇଦେବା ତାଙ୍କ ପରିବାର ପକ୍ଷେ ସମ୍ଭବ ନଥିଲା ଯେଉଁଥିପାଇଁ ଗଛ ଉପରେ ନିଜ ପାଇଁ ସେ ଆଇସୋଲେସନ୍‌ ବେଡ୍‌ର ବ୍ୟବସ୍ଥା କରିଥିଲେ।

“ମେ ୪ ସନ୍ଧ୍ୟାରେ, ମୁଁ କୋଭିଡ୍ ପଜିଟିଭ୍‌ ଚିହ୍ନଟ ହୋଇଥିଲି ଏବଂ ଡାକ୍ତରମାନେ ମୋତେ ସତର୍କତା ସହିତ ଘରେ ରହିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ମୋର ଛୋଟ ଘରେ ପୃଥକ୍‌ ରହିବା ପାଇଁ କୌଣସି ଜାଗା ନାହିଁ, ଯେଉଁଠାରେ ମୁଁ ମୋର ପିତାମାତା ଏବଂ ଭଉଣୀଙ୍କ ସହ ରହିଆସିଛି ବୋଲି ଶିବ କହିଛନ୍ତି।

Comments are closed.