Latest Odisha News

BREAKING NEWS

ଲକ୍‌-ଡାଉନ୍‌: ମୁମ୍ବାଇ ପୋଲିସର ନିଆରା ତରିକା !

ମୁମ୍ବାଇ: କରୋନା ବିରୋଧୀ ଲଢେଇରେ ସାରା ଭାରତରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ମିଳିଛି ମିଳିତ ପ୍ରତିକ୍ରିୟା । ତେବେ ଖାସ କରି ମୁମ୍ବାଇ ପୋଲିସର ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ସୋସିଆଲ୍ ମିଡିଆରେ ଭିନ୍ନଭିନ୍ନ ସ୍ଥାନରେ ଲକ୍‌-ଡାଉନ୍ ଓ କର୍ଫ୍ୟୁ ବାହାନାରେ ପୋଲିସ ଜନତାଙ୍କ ଉପରେ ଜୁଲମ୍ କରିବା ଭଳି ଭିଡିଓ ଅଭିଯୋଗ ସାମ୍ନାକୁ ଆସିଛି ।

ହେଲେ ଜନତାଙ୍କୁ ଘରେ ରହିବା ଲାଗି ମୁମ୍ବାଇ ପୋଲିସର ଏହି ନିଆରା ଅନ୍ଦାଜ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ମାରପିଟ୍ କିମ୍ବା ଧମକଚମକ ବଦଳରେ ମୁମ୍ବାଇ ପୋଲିସ ଗୀତ ଗାଇ ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରିଛି ।

ତେବେ ଖାଲି ଗୀତ ଗାଇ ନୁହେଁ ବରଂ ଲକ୍‌-ଡାଉନ୍ ସମୟରେ ମାସ୍କ ଓ ଖାଦ୍ୟ ପୁଡିଆ ବି ବାଣ୍ଟିବାରେ ମୁମ୍ବାଇ ପୋଲିସକୁ ଦେଖିବାକୁ ମିଳିଥିଲା ।

ସାଧାରଣ ଜନତାଙ୍କ ପ୍ରତି ମୁମ୍ବାଇ ପୋଲିସର ଏପରି ସ୍ୱଭାବକୁ ସମଗ୍ର ଦେଶ ସମେତ ଅନ୍ୟ ରାଜ୍ୟର ପୋଲିସ ପ୍ରଶଂସା କରିଛି ।

Leave A Reply

Your email address will not be published.