Latest Odisha News

BREAKING NEWS

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୨ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା ନେଇ ଆଜି ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ, ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ୯୪ ଲକ୍ଷ ପରିବାରକୁ ରାଜ୍ୟ ସରକାର ଏକ ହଜାର ଟଙ୍କା ସହାୟତା ଯୋଗାଇ ଦେବେ । । ଏ ନେଇ ୯୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ପୂର୍ବରୁ ସରକାରଙ୍କ ପକ୍ଷରୁ ସବୁ ହିତାଧିକାରୀଙ୍କୁ ତିନି ମାସର ରାସନ ଆଗୁଆ ଯୋଗାଇ ଦିଆଯାଇଛି ।

ସେହିଭଳି ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ପନ୍ଦର ଶହ ଟଙ୍କା ଲେଖାଏଁ ସହାୟତା ଦିଆଯିବ । ଏଥିରେ ୩୩୦ କୋଟି ଟଙ୍କା ଖର୍ଚ୍ଚ ହେବ ।
ସାମାଜିକ ସୁରକ୍ଷା ଯୋଜନାରେ ରହିଥିବା ୪୮ଲକ୍ଷ ହିତାଧିକାରୀଙ୍କୁ ଆଗୁଆ ଚାରି ମାସ ର ଭତ୍ତା ଯୋଗାଇ ଦିଆଯିବ । ଏଥି ପାଇଁ ୯୩୨କୋଟି ଟଙ୍କା ଖର୍ଚ୍ଚ ହେବ ।

Leave A Reply

Your email address will not be published.