Latest Odisha News

BREAKING NEWS

ଟ୍ରେନ୍ ସାମ୍ନାକୁ ଆସିଗଲା ମଇଁଷି, ଲୋକୋ ପାଇଲଟ୍ ଏମିତି ବଞ୍ଚାଇଲେ ଜୀବନ

ନୂଆଦିଲ୍ଲୀ: ପ୍ରତିଦିନ ଅନେକ ଜୀବଜନ୍ତୁ ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରିଥାନ୍ତି। କେତେକ କ୍ଷେତ୍ରରେ ପଶୁର ଜୀବନ ବଞ୍ଚାଇବା ସମ୍ଭବ ହୋଇପାରେ ନାହିଁ। ଆଉ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି ଯେଉଁଥିରେ ମଇଁଷିକୁ ଲୋକୋ ପାଇଲଟ୍ କିଭଳି ବଞ୍ଚାଉଛନ୍ତି ତାହା ଦେଖିବାକୁ ମିଳୁଛି।

ଭିଡିଓରେ ଦେଖାଯାଉଛି ଯେ କିପରି ଲୋକୋ ପାଇଲଟ୍ ମଇଁଷିକୁ ଦୁର୍ଘଟଣାରୁ ବଞ୍ଚାଇବା ପାଇଁ ଠିକ୍ ସମୟରେ ଟ୍ରେନ୍‌କୁ ଅଟକାଇ ଦିଅନ୍ତି। ଟ୍ରେନ୍ ଆସିବା ପରେ ମଇଁଷି ଗୁଡ଼ିକ ରେଳ ଟ୍ରାକରେ ଚରୁଛନ୍ତି। ଲୋକୋ ପାଇଲଟ୍ ଲଗାତାର ହର୍ଣ୍ଣ ବଜାଇଥିଲା ବେଳେ ମଇଁଷି ଗୁଡ଼ିକ ଟ୍ରାକ ରୁ ପଳାଇଥିଲେ। କିନ୍ତୁ ସେଥିରୁ ଗୋଟିଏ ମଇଁଷି ଟ୍ରକ୍ ଉପରୁ ହଟିନଥିଲା।

ଫଳରେ ଲୋକୋ ପାଇଲଟ୍ ବ୍ରେକ୍ ଲଗାଇ ଟ୍ରେନ୍‌କୁ ଅଟକାଇବା ସହ ନିଜେ ଟ୍ରେନ୍‌ରୁ ଓହ୍ଲାଇ ମଇଁଷିକୁ ଟ୍ରାକରୁ ହଟାଇଥିଲେ। ଆଉ ଲୋକୋ ପାଇଲଟଙ୍କ ଏହି କାର୍ଯ୍ୟକୁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି।

 

Comments are closed.