Latest Odisha News

BREAKING NEWS

ଛତିଶଗଡରେ ପଙ୍ଗପାଳ, ପୁଣି ବଢିଲା ଓଡିଶାର ଚିନ୍ତା

ଭୁବନେଶ୍ୱର: କିଛି ଦିନ ତଳେ ପଡୋଶୀ ରାଜ୍ୟ ଛତିଶଗଡରୁ ମଧ୍ୟପ୍ରଦେଶ ଆଡକୁ ମୁହାଁଇଥିବା ପଙ୍ଗପାଳଙ୍କୁ ନେଇ ପୁଣି ଓଡିଶାର ଚିନ୍ତା ବଢିଛି । କାରଣ, ପୁଣି ଛତିଶଗଡକୁ ଫେରିଛନ୍ତି ପଙ୍ଗପାଳ । ଆଜି ଏହା ଉପରେ ଅନୁଧ୍ୟାନ କରି କୃଷି ନିର୍ଦ୍ଦେଶକ ମୁଥୁକୁମାର କହିଛନ୍ତି ଯେ, ଓଡିଶାରୁ ୪ଶହରୁ ୫ଶହ କିମି ଦୂରରେ ଅଛନ୍ତି ପଙ୍ଗପାଳ । ଏସେହି ପୁରୁଣା ଦଳ । ଏବେ ଛତିଶଗଡ ଓ ମଧ୍ୟପ୍ରଦେଶ ସୀମାରେ ଅଛନ୍ତି । ପବନର ଦିଗ ଯାହା ଅଛି ଏବେ ସେମାନଙ୍କୁ ସୁହାଇବ ନାହିଁ । ଓଡିଶାକୁ ପଙ୍ଗପାଳ ଆସିବାର ସମ୍ଭାବନା ନାହିଁ ।

ସେପଟେ କୃଷି ବିଭାଗ ପ୍ରମୁଖ ସଚିବ ଏସ କେ ବଶିଷ୍ଠ କହିଛନ୍ତି ଯେ, ଆମକୁ ସତର୍କ ରହିବାକୁ ହେବ । ପ୍ରତିଦିନ ସନ୍ଧ୍ୟା ୫ଟାରେ ସେମାନଙ୍କ ଗତିବିଧିର ରିପୋର୍ଟ ଆସୁଛି । ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ପେଷ୍ଟ ମ୍ୟାନେଜମେଂଟ୍ ରିପୋର୍ଟ ଦେଉଛି । କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ମୁକାବିଲା ଚାଲିଛି । ପଙ୍ଗପାଳ ପାଇଁ ରାଜ୍ୟରେ ଯେଉଁ ସବୁ ଜିଲ୍ଲାକୁ ପୂର୍ବରୁ ସତର୍କ କରାଯାଇଥିଲା ସେମାନଙ୍କୁ ପୁଣି ଥରେ ଆଲର୍ଟ କରାଯିବ ।

Leave A Reply

Your email address will not be published.