Latest Odisha News

BREAKING NEWS

ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ମହିଳାଙ୍କ ସନ୍ତାନ ପ୍ରସବ

ଟିଟିଲାଗଡ: ଟିଟିଲାଗଡରେ ଏକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଜଣେ ମହିଳା ଶୁକ୍ରବାର ଦିନ ଏକ ସନ୍ତାନ ପ୍ରସବ କରିଛନ୍ତି।

ସୂତ୍ରରୁ ପ୍ରକାଶ ଯେ, ଏହି ମହିଳା ଜଣକ ହେଉଛନ୍ତି ପିଙ୍କି ଛତର (୨୩) । ସେ ୦୭୪୨୧ ତିରୁପତି-ନୱାପରା ରୋଡ୍ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରୁଥିବା ବେଳେ ଟିଟିଲାଗଡରେ ଟ୍ରେନ୍ ପହଞ୍ଚିବା ପରେ ତାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା ।

ଏନେଇ କିଛି ଯାତ୍ରୀ ରେଳବାଇକୁ ଜଣାଇବା ପରେ ଟ୍ରେନଟି ଲାଇନ୍ ନଂ୪ରୁ ବାହାରି ଷ୍ଟେସନର ୧ନଂ ଲାଇନରେ ରହିଥିଲା।

ପରେ ରେଳ କର୍ମଚରୀ ଓ ଡାକ୍ତରୀ ଦଳ ଉକ୍ତ କମ୍ପାଟମେଣ୍ଟରେ ପହଞ୍ଚିବା ସହ ସମ୍ପୃକ୍ତ ମହିଳାଙ୍କୁ ଟିଟିଲାଗଡ ସରକାରୀ ହସ୍ପିଟାଲକୁ ନେଇଥିଲେ । ସେଠାରେ ସେ ଶିଶୁଟିକୁ ପ୍ରସବ କରିଥିଲେ।

Leave A Reply

Your email address will not be published.