Latest Odisha News

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

କେନ୍ଦୁଝର: ଜଣେ ଠିକାଦାରଙ୍କ ଠାରୁ ୧୧, ୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ଶୁକ୍ରବାର ଦିନ ଜଣେ ଜୁନିୟର ଇଞ୍ଜିନିୟରଙ୍କୁ ଗିରଫ କରିଛି।

ସୂଚନାନୁସାରେ, ଜଣେ ଠିକାଦାରଙ୍କ କାମ କରାଇଦେବା ଲାଗି ଜିଲ୍ଲାର ସଦର ବ୍ଲକରେ କାର‌୍ୟ୍ୟରତ ଜୁନିଅର ଇଞ୍ଜିନିୟର ପ୍ରମୋଦ କୁମାର ପଣ୍ଡା ଲାଞ୍ଚ ନେଉଥିବା ଖବର ପାଇ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା।

କଣ୍ଟ୍ରାକ୍ଟରଙ୍କଠାରୁ ଲାଞ୍ଚ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ କର୍ମଚାରୀ ପ୍ରମୋଦଙ୍କୁ ଧରିଥିଲେ।

ପରବର୍ତ୍ତୀ ସମୟରେ ଶ୍ରୀ ପଣ୍ଡାଙ୍କ ଠାରୁ ଟଙ୍କା ଜବତ କରାଯାଇଥିଲା ବୋଲି ଭିଜିଲାନ୍ସ ସୂତ୍ରରୁ ପ୍ରକାଶ।

Comments are closed.