Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ’ମୋଦୀଙ୍କ ପରିବାର’ ଗୀତ ରିଲିଜ

ନୂଆଦିଳ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ଗୀତ ରିଲିଜ ହୋଇଛି।  ’ମେ’ ମୋଦୀ କା ପରିବାର ହୁଁ’ ନାଁରେ ଏହି ଗୀତ ନିର୍ବାଚନକୁ ଦୃଷ୍ଟିରେ ରଖି ଲଞ୍ଚ କରାଯାଇଛି । ୩ ମିନିଟ୍ ୧୩ ସେକେଣ୍ଡ ଗୀତରେ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମର କିଛି କିଛି ଝଲକ ଦେଖିବାକୁ ମିଳିଛି । ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣରୁ ନେଇ ସଭା କାର୍ଯ୍ୟକ୍ରମ ମଧ୍ୟ ଦୃଶ୍ୟମାନ କରାଯାଇଛି ।

ଏହା ବ୍ୟତୀତ ଏହି ଗୀତରେ କାଶ୍ମୀର ଯୁବକ, ଯୁବତୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏହା ସହ ଦେଶର ଭିନ୍ନ ଭିନ୍ନ ଭାଷାରେ ମୋଦୀଙ୍କ ପରିବାର ହୁଁ ଗୀତରେ ଶୁଣିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ଭିଡିଓ ଜରିଆରେ ବିରୋଧୀ ଦଳକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଗୀତଟିକୁ ଏକ୍ସରେ ସେୟାର କରି ମୋଦୀ ଲେଖିଛନ୍ତି ‘ମେରା ଭାରତ, ମେରା ପରିବାର’ ।

କିଛି ଦିନ ପୂର୍ବରୁ ମାର୍ଚ୍ଚ ୩ ତାରିଖରେ ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ପ୍ରସାଦ ପାଟଣା ଇଣ୍ଡିଆ ମେଂଟର ଏକ କାର୍ଯ୍ୟକ୍ରମରେ ପରିବାରକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି କହିଥଲେ । ଏହା ପରେ ବିଜେପି କର୍ମୀ ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ଅଭିଯାନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପକ୍ଷରୁ ପୁରା ଦେଶକୁ ନିଜ ପରିବାର କୁହାଯାଇଥିଲା । ଗୃହମନ୍ତ୍ରୀ ଅମତି ଶାହ, ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସୋସିଆଲ ମିଡିଆ ଏକ୍ସରେ ନିଜ ପ୍ରୋପାଇଲରେ ମୋଦୀଙ୍କ ପରିବାର ଲେଖି,ମୋଦୀ ପରିବାର ନେଇ ଅଭିଯାନ ଆରମ୍ଭ କରିଥିଲେ । ଏହା ପରେ ଆଜି ଏହି ଗୀତ ରିଲିଜ ହୋଇଛି ।

Leave A Reply

Your email address will not be published.