Latest Odisha News

BREAKING NEWS

ବାନ୍ତି କଲେ ଭକ୍ତ: ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ: ଅବକାଶ ନୀତି ପରେ ମହାପ୍ରଭୁଙ୍କର କରାଗଲା ବଡ ମହାସ୍ନାନ ନୀତି । ଭିତରକାଠ ନିକଟରେ ଜଣେ ଭକ୍ତ ବାନ୍ତି କରିଦେବାରୁ ମହାପ୍ରଭୁଙ୍କର ମହାସ୍ନାନ ନୀତି କରାଯାଇଛି । ଶ୍ରୀଜିଉଙ୍କ ମହାସ୍ନାନ ନୀତି ଚାଲିଥିବାରୁ ବନ୍ଦ ରହିଥିଲା ସାଧାରଣ ଦର୍ଶନ । ମହାସ୍ନାନ ନୀତି ପରେ ଦର୍ଶନ ଆରମ୍ଭ ହୋଇଛି ଏବଂ ଗୋପାଳ ବଲ୍ଲଭ ନୀତି କରାଯିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ଆଜି ଶ୍ରୀଜିଉଙ୍କ ଦର୍ଶନ ଚାଲିଥିବା ବେଳେ ଭିତରକାଠ ନିକଟରେ ଜଣେ ଭକ୍ତ ବାନ୍ତି କରିଦେଇଥିବା ଦେଖିଥିଲେ ସେବାୟତ ଗୋଷ୍ଠୀ । ଏହାପରେ ତୁରନ୍ତ ବଡ ମହାସ୍ନାନ ନୀତି କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲ । ବଡ ମହାସ୍ନାନ ନୀତି ଚାଲିଥିବାରୁ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଏବେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ପାଖାପାଖି ୪୫ ମିନିଟ ଧରି ଏହି ବଡ ମହାସ୍ନାନ ନୀତି କରାଯାଇଥିଲା । ମହାସ୍ନାନ ନୀତି ପରେ ଆରମ୍ଭ ହୋଇଛି ଗୋପାଳବଲ୍ଲଭ ନୀତି ।

ସୂଚନାଯୋଗ୍ୟ ଯେ, ପ୍ରତିଦିନ ଜଗନ୍ନାଥଙ୍କ ସ୍ନାନ ନୀତି ହେଉଥିବା ବେଳେ କିଛି ଅଘଟଣ ଘାଟିଲେ ବା ବିଶେଷ ନୀତି ହେଲେ ମହାସ୍ନାନ ହୁଏ । ଏହା ଏକ ବିଶେଷ ସ୍ନାନ ବିଧି । ଲୋକମୁଖରେ ଏହାକୁ ମାଘ ସ୍ନାନ ମଧ୍ୟ କୁହାଯାଏ । ତେବେ ଆଜି ମହାପ୍ରଭୁଙ୍କର ବଡ ମହାସ୍ନାନ ନୀତି କରାଯାଇଛି । ଭିତର ପୋଖରିଆରୁ ଜଳବିଜୟ ଦ୍ୱାର ମଧ୍ୟରେ କୌଣସି ଭକ୍ତ ଯଦି ଝାଡା, ପରିସ୍ରା, ରକ୍ତ ଛିଟା କିମ୍ବା ବାନ୍ତି କରିଦିଅନ୍ତି ତେବେ ଏହି ମହାସ୍ନାନ କରାଯାଏ ।

Leave A Reply

Your email address will not be published.