ନୂଆଦିଲ୍ଲୀ: ଦେଶରେ ୨୦୧୯ ସାଧାରଣ ନିର୍ବାଚନର ଆଜି ଭୋଟ୍ ଗଣତି ଆଗେଇ ଚାଲିଛି । ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ହୋଇଥିବା ଭୋଟ ଗଣତି ଅନୁଯାୟୀ ସମୁଦାୟ ୫୪୨ଟି ଆସନ ମଧ୍ୟରୁ ବିଜେପି ନେତୃତ୍ୱାଧିନ ଏନଡ଼ିଏ ୩୪୧ଟି ଆସନରେ ଆଗରେ ରହିଥିବା ବେଳେ କଂଗ୍ରେସ ନେତୃତ୍ୱରେ ପରିଚାଳିତ ୟୁପିଏ ୯୨ଟି ଆସନରେ ଆଗୁଆ ରହିଛି । ସେହିପରି ମହାଗଠବନ୍ଧନ ସହିତ ଅନ୍ୟାନ୍ୟ ଦଳ ଗୁଡ଼ିକ ୯୫ଟି ଆସନରେ ଆଗରେ ରହିଛନ୍ତି ।
ଓଡ଼ିଶାର ୨୧ଟି ଲୋକସଭା ଆସନରୁ ବିଜେଡ଼ି ୧୨ଟି ଏବଂ ବିଜେପି ୭ଟି ଆସନରେ ଆଗୁଆ ରହିଛି ।
ସେହିପରି ଓଡ଼ିଶା ବିଧାନସଭା ଗଣତିରେ ବିଜେଡ଼ି ୧୦୧ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୨୯ଟି ଆସନ ଏବଂ କଂଗ୍ରେସ ୧୩ଟି ଆସନରେ ଆଗୁଆ ରହିଛି ।
Comments are closed.