Latest Odisha News

BREAKING NEWS

ପୋଲିସକୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: ଏପ୍ରିଲ ୨୪ରେ ପରବର୍ତ୍ତୀ ଶୁଣାଣି

କଟକ: ପୋଲିସ ଅଧିକାରୀଙ୍କୁ ବିଜେପି ନେତା ଭର୍ତ୍ତୃହରି ମହତାବ ମାଡ ମାରିବା ଘଟଣା । ଆଜି ଏହି ମାମଲାର ଶୁଣାଣି ହୋଇଛି । ଭର୍ତ୍ତୃହରିଙ୍କ ଓକିଲ ଆଫ୍ରୋଜ ଅହମ୍ମଦଙ୍କ ଜରିଆରେ ଘଟଣା ସଂପର୍କରେ ତଥ୍ୟ ରଖିଛନ୍ତି । ସେପଟେ କଟକ ଜେଏମଏଫସି କୋର୍ଟରେ ହାଜର ହୋଇଛନ୍ତି ଅଭିଯୋଗକାରୀ ପୋଲିସ ଅଧିକାରୀ ଅମିତାଭ ମହାପାତ୍ର । ତେବେ ଜେରା ଅସମ୍ପୂର୍ଣ୍ଣ ରହିଥିବାରୁ ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ସୀଚନାଯୋଗ୍ୟ, ୨୦୧୧ ମସିହା ଜାନୁଆରୀ ୨୩ ତାରିଖରେ କଟକ ଜାନକୀନାଥ ଭବନରେ ଏକ କାର୍ଯ୍ୟକ୍ରମ ସମୟରେ ସାଂସଦ ଭର୍ତ୍ତୃହରି ମହତାବ ଓ ଏସଆଇ ଭାବେ ନିୟୋଜିତ ଥିବା ଅମିତାଭ ମହାପାତ୍ରଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏଥିରେ ରାଗିଯାଇ କାର୍ଯ୍ୟରତ ପୋଲିସ ଅଧିକାରୀ ଅମିତାଭଙ୍କୁ ଭର୍ତ୍ତୃହରି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏନେଇ ମଙ୍ଗଳାବାଗ ଥାନାରେ ଏତଲା ହୋଇଥିଲା ।

କିଛି ଦିନ ପୂର୍ବେ ମାମଲା କଟକ ଜେଏମଏଫସି କୋର୍ଟରେ ଚାର୍ଜଫ୍ରେମ ହୋଇଥିଲା । ଆଜି ଭର୍ତ୍ତୃହରିଙ୍କ ଓକିଲ ଓ ଅମିତାଭ କୋର୍ଟରେ ହାଜର ହୋଇଥିବା ବେଳେ ଏପ୍ରିଲ ୨୪ ତାରିଖରେ ପରବର୍ତୀ ଶୁଣାଣି ହେବ ।

Leave A Reply

Your email address will not be published.