Latest Odisha News

BREAKING NEWS

‘ତଭି ତୋ ସଭି ମୋଦୀ କୋ ଚୁନତେ ହୈ’: ୧୨ଟି ଭାଷାରେ ରିଲିଜ ହେଲା ବିଜେପିର ନିର୍ବାଚନୀ ଗୀତ

ନୁଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ମତଦାତାଙ୍କ ପାଖରେ ନିଜର ବାର୍ତ୍ତା ପହଞ୍ଚାଇବା ପାଇଁ ରାଜନୈତୀକ ଦଳ ମାନେ ଭିନ୍ନ ଭିନ୍ନ ପନ୍ଥା ଆପଣେଇଛନ୍ତି । ଏହାରି ଭିତରେ ଦେଶର ସର୍ବବୃହତ ରାଜନୈତିକ ଦଳ ବିଜେପି ‘ତଭି ତୋ ସବ ମୋଦୀ କୋ ଚୁନତେ ହୈ’ ଥିମରେ ୧୨ ଟି ଭାଷାରେ ଏକ ନୂଆ ଗୀତ ରିଲିଜ କରିଛି । ଏହି ଗୀତ ମାଧ୍ୟମରେ ବିଜେପି ମୋଦୀ ସରକାରଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟ ଏବଂ ପ୍ରତିଶ୍ରୁତିକୁ ପୂରଣ କରିଥିବା ଦାବି କରିଛି । ‘ସପନେ ନେହିଁ ହକିକତ ବୁନତେ ହୈ, ତଭି ତୋ ସବ୍ ମୋଦୀ କୋ ଚୁନତେ ହୈ’ ଗୀତ ଆଧାରରେ ଦଳ ଜୋରଦାର ପ୍ରଚାର ଅଭିଯାନ ଚଳାଉଛି ।

BjdElectrycity

ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ବିଜେପି ଆଜି ଏକ ନୂତନ ଗୀତ ରିଲିଜ କରିଛି । ଏହି ଗୀତକୁ ନେଇ ବିଜେପି ଏହା ମଧ୍ୟ ଦାବି କରିଛି ଯେ, ଏହି ନୂତନ ଗୀତ ସମଗ୍ର ଦେଶର ଜନତାଙ୍କ ଭାବନାକୁ ପ୍ରତିଫଳିତ କରୁଛି । ରିଲିଜ ହୋଇଥିବା ଏହି ନୂତନ ଗୀତରେ ୨୦୧୪ ପୂର୍ବରୁ ପରିସ୍ଥିତି ଏବଂ ୨୦୧୪ରେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ପରିବର୍ତ୍ତିତ ଚିତ୍ର ଦର୍ଶାଯାଇଛି।

ବିଜେପି ଦ୍ଵାରା ମୁକ୍ତିଲାଭ କରିଥିବା ୩ ମିନିଟ୍ ୧୯ ସେକେଣ୍ଡର ଏହି ନୂତନ ଗୀତ ଦେଶର ବିଭିନ୍ନ କୋଣ ଅନୁକୋଣରେ ପୁରା ୧୨ଟି ଭାଷାରେ ରିଲିଜ କରାଯାଇଛି । ଯାହା ଦ୍ଵାରା ଏହି ଗୀତକୁ ଲୋକେ ନିଜ ଭାଷାରେ ଶୁଣିବେ ଏବଂ ବୁଝି ପାରିବେ ।

Leave A Reply

Your email address will not be published.