Latest Odisha News

BREAKING NEWS

୨୦୨୪ ନିର୍ବାଚନ ରଣନୀତି: ବିଜେପି ଫୋକସରେ ହାରିଥିବା ୧୬୦ ଆସନ, ହାତେଇବା ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନା ପାଇଁ ଆରମ୍ଭ ହୋଇଯାଇଛି ସମରସଜ୍ଜା । ଦିଲ୍ଲୀ ସିଂହାସନ ତୃତୀୟ ଥର ହାତେଇବା ପାଇଁ ପାଗ ଭିଡିଲାଣି ବିଜେପି । ଏଥର ବିଜେପିକୁ ମାତ ଦେବାପାଇଁ କଂଗ୍ରେସ ଓ ଅନ୍ୟ ଆଞ୍ଚଳିକ ଦଳ ବଳ ଯୋଗାଡୁଥିବାବେଳେ ବିଜେପି ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତ କରିଲାଣି ଯୋଜନା । ଏହି ଯୋଜନା ଅନୁଯାୟୀ, ବିଜେପି ଏଥର ସ୍ୱତନ୍ତ୍ର ପ୍ରଚାର ଅଭିଯାନ ଆରମ୍ଭ କରିବାପାଇଁ ନିଷ୍ପତ୍ତି ନେଇଛି।

ଯେଉଁ ନିର୍ବାଚନ ମଣ୍ଡଳୀରେ ଦଳ ଦୁର୍ବଳ ସେଠାରେ ବଳ ଯୋଗାଡିବାକୁ ଲାଗି ପଡିଲାଣି ବିଜେପି । ବିଜେପି ୨୦୧୯ ଲୋକସଭା ନିର୍ବାଚନରେ ଦଳ ଯେଉଁ ୧୬୦ ଆସନରୁ ହାରିଥିଲା ସଠାରେ ଦଳ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୪୫ରୁ ଅଧିକ ମେଗା ରାଲି କରିବ। ଜାତୀୟ ସଭାପତି ଜେପି ନଡ୍ଡା ଏଥିପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏହି ରାଲି ପ୍ରସ୍ତୁତି ପାଇଁ ବିଜେପି ଏହାର ୩ ଜାତୀୟ ସାଧାରଣ ସଚିବ ସୁନୀଲ ବନସଲ, ବିନୋଦ ତାୱଡ଼େ ଏବଂ ତରୁଣ ଚୁଘଙ୍କୁ ଦାୟିତ୍ବ ଦେଇଛି। ବିଜେପି ଶୀର୍ଷ ନେତାଙ୍କ କହିବା ଅନୁଯାୟୀ, ଗତ ନିର୍ବାଚନରେ ହାତରୁ ଖସି ଯାଇଥିବା  ୧୬୦ଟି ଆସନରେ ପ୍ରଧାନମନ୍ତ୍ରୀ ୪୫ରୁ ୫୫ଟି ରାଲି କରିବେ।

ଦଳର କହିବା ଅନୁଯାୟୀ,  ପ୍ରଧାନମନ୍ତ୍ରୀ ତଥା ଅନ୍ୟ ବରିଷ୍ଠ ନେତାଙ୍କ ରାଲିର ପ୍ରଭାବ ମତଦାନକୁ ପ୍ରଭାବିତ କରିବ । ଏହି  ୧୬୦ ଆସନ ବିଜେପି ସପକ୍ଷରେ ଯିବ ବୋଲି  ବିଶ୍ବାସ କରୁଛି ଦଳ  । ଏହି  ୧୬୦ ଆସନରେ ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ କରିବାପରେ ଦଳ  ଅନ୍ୟ ୩୮୩ ଆସନରେ  ପ୍ରଚାର କରିବ। ତେବେ ଏହି ୧୬୦ ଆସନକୁ ପ୍ରାଥମିକତା ଦେବ ।

ଦଳୀୟ ରଣନୀତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉକ୍ତ ଆସନ ଗୁଡ଼ିକରେ ରାଲି କରିବେ। ଉଲ୍ଲେଖଯୋଗ୍ୟ ଯେ, ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୩୦୩ ଆସନରେ ଜିତିଥିଲା। ୨୦୨୪ ଲୋକସଭା ନିର୍ବାଚନରେ ଏହା ୪୦୦ରୁ ଅଧିକ ଆସନରେ ଜିତିବା ନେଇ ଲକ୍ଷ୍ୟ ରଖିଛି ।

Comments are closed.