Latest Odisha News

BREAKING NEWS

ଲୋକସଭାରେ ରାହୁଲ ଓ ମୋଦି ମୁହାଁମୁହିଁ, କହିଲେ, ବିଜେପି ହିନ୍ଦୁ ସଂପ୍ରଦାୟର ପ୍ରତିନିଧିତ୍ୱ କରୁନାହିଁ…

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଭାଷଣ ସମୟରେ ଜ‌ୋରଦାର ହଙ୍ଗାମା ହ‌ୋଇଛି। ଏପରିକି ରାହୁଲ ଓ ମ‌ୋଦି କଥା କଟାକଟି ହୋଇଥିଲ‌େ। ଯାହା ଫଳର‌େ ଗୃହରେ ପ୍ରବଳ ନାରାବାଜୀ ହୋଇଥିଲା।

ଗୃହକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, “ଆମର ସମସ୍ତ ମହାନ ବ୍ୟକ୍ତି ଅହିଂସା ଏବଂ ଭୟ ଦୂର କରିବା ବିଷୟରେ କଥାବାର୍ତ୍ତା କରିଛନ୍ତି। କିନ୍ତୁ ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ କେବଳ ହିଂସା, ଘୃଣା, ଅସତ୍ୟ ବିଷୟରେ କହୁଛନ୍ତି।  ତୁମେ ହିନ୍ଦୁ ହିଁ ନୁହ‌ଁ।” ପ୍ରଧାନମନ୍ତ୍ରୀ କଂଗ୍ରେସ ସାଂସଦଙ୍କୁ ଜବାବ ଦେଇ କହିଥିଲେ ଯେ ତାଙ୍କ ବିବୃତ୍ତି ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଛି। ଏବଂ ପୁରା ହିନ୍ଦୁ ସମାଜକୁ ହିଂସାକାରୀ କହିବା ଏକ ବହୁତ ଗୁରୁତର କଥା। ଏହାର ପାଲଟା ଉତ୍ତରର‌େ ରାହୁଲ କହିଥିଲ‌େ, ବିଜେପି ପୂରା ହିନ୍ଦୁ ସମାଜ ନୁହ‌େଁ, କି ଆରଏସଏସ ପୂରା ହିନ୍ଦୁ ସମାଜ ନୁହ‌େଁ। ସେମା‌ନ‌େ ହିନ୍ଦୁ ସଂପ୍ରଦାୟର ପ୍ରତିନିଧିତ୍ୱ କରୁନାହାନ୍ତି।

ଯାହାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, “ବିରୋଧୀ ଦଳର ନେତା ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ ହିଂସା ବିଷୟରେ କଥାବାର୍ତ୍ତା କରନ୍ତି ଏବଂ ହିଂସା କରନ୍ତି। ସେମାନେ ଜାଣନ୍ତି ନାହିଁ ଯେ କୋଟି କୋଟି ଲୋକ ଗର୍ବର ସହିତ ନିଜକୁ ହିନ୍ଦୁ ବୋଲି କହୁଛନ୍ତି।” ହିଂସାକୁ କ‌ୌଣସି ଧର୍ମ ସହିତ ଯୋଡ଼ିବା ଭୁଲ। ଏହାର ଜବାବରେ ରାହୁଲ କହିଥିଲ‌େ ଯେ, ସେ ବିଜେପି ବିଷୟରେ କହୁଛନ୍ତି ଏବଂ ବିଜେପିର ହିଂସା ବିଷୟରେ କହୁଛନ୍ତି। ଏହା ବ୍ୟତୀତ ରାହୁଲ ଗାନ୍ଧୀ ମଣିପୁର, ଅଗ୍ନିବୀର, ମହାତ୍ମା ଗାନ୍ଧୀଙ୍କ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଦ‌େଇଥିବା ଟିପ୍ପଣୀକୁ ମଧ୍ୟ ଅଭିଭାଷଣର‌େ ଉଲ୍ଲେଖ କରିଥିଲ‌େ। ଆହୁରି ମଧ୍ୟ ରାହୁଲ ଗୃହର‌େ ଭଗବାନ ଶିବଙ୍କ ଫଟୋ ପ୍ରଦର୍ଶିତ କରିଥିଲେ। କିନ୍ତୁ ଗୃହରେ ପୋଷ୍ଟର ଦେଖାଇବାର ନିୟମ ନ ଥିବା କହି ଅନୁମତି ଦେଇ ନଥିଲ‌େ ବାଚସ୍ପତି।

Comments are closed.