Latest Odisha News

କାଲି ଆସିବନି ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ ବିଲ୍’, ହୋଇପାରେ ବିଳମ୍ବ…

ନୂଆଦିଲ୍ଲୀ: ଦେଶରେ ଏବେ ‘ଗୋଟିଏ ଦେଶ ଏବଂ ଗୋଟିଏ ନିର୍ବାଚନ’କୁ ନେଇ ଜୋର ସୋରରେ ଚର୍ଚ୍ଚା ଚାଲିଛି । ଏହି ନିକଟରେ ଏହି ବିଲକୁ କ୍ୟାବିନେଟ ମଞ୍ଜୁରି ମିଳିଲା ପରେ ଏବେ ଅପେକ୍ଷା କେବେ ଏହା ସଂସଦର ଉଭୟ ଗୃହରେ ପାରିତ ହେବ । ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଏହି ବିଲ୍ ସୋମବାର ଅର୍ଥାତ୍ ଆସନ୍ତାକାଲି ସଂସଦର ଲୋକସଭାର ଗୃହରେ ପାରିତ ହେବା ନେଇ ନିଷ୍ପତ୍ତି ହୋଇଥିଲା । ହେଲେ ଏବେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ସୂଚନା ଅନୁଯାୟୀ, ଆସନ୍ତାକାଲି ଏହି ବିଧେୟକ ଲୋକସଭାରେ ପାରିତ ହେବ ନାହିଁ । ଏହାକୁ ସୋମବାର ଲୋକସଭାରେ ଉପସ୍ଥାପିତ କରାଯିବା ନେଇ ଯେଉଁ କାର୍ଯ୍ୟସୂଚୀ ରହିଥିଲା ତାହା ପରିବର୍ତ୍ତନ କରାଯାଇଛି ।

ତେବେ ଏହାପୂର୍ବରୁ ଶୁକ୍ରବାର ଜାରି କରାଯାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ, ଏହା ସୋମବାର ଲୋକସଭାରେ ଉପସ୍ଥାପିତ କରାଯାଇଥାନ୍ତା । ତେବେ ଏବେ ମଧ୍ୟ ସଂପୂର୍ଣ୍ଣ ରୂପେ ସ୍ପଷ୍ଟ ହୋଇନାହିଁ କି ଏହି ବିଲ୍ କେବେ ସଂସଦ ଗୃହରେ ପାରିତ୍ ହେବ । ତେବେ ଏହି ଶୀତକାଳୀନ ଅଧିବେଶନ ଆସନ୍ତା ୨୦ ଡିସେମ୍ବରରେ ଶେଷ ହେବାକୁ ଯାଉଛି । ତେବେ ଏହାବି କୁହାଯାଉଛି, ଯେ ଏହାକୁ ଆସନ୍ତା ବର୍ଷ ବଜେଟତ ଅଧିବେଶନରେ ଉପସ୍ଥାପନ କରାଯିବ ।

ତେବେ ମୋଦି ସରକାରଙ୍କ ବହୁ କଥିତ ବିଧେୟକ ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ୍’ ୨ ସେପ୍ଟେମ୍ବର ୨୦୨୩ରେ ସରକାର ଗୋଟିଏ ଦେଶ-ଗୋଟିଏ ନିର୍ବାଚନ  କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କିମିଟି ଗଠନ କରିଥିଲେ  । କମିଟି ୬୨ ରାଜନୈତିକ ଦଳର ମତାମତ ନେଇଥିଲା । ଏମାନଙ୍କ ମଧ୍ୟରୁ ୩୨ ରାଜନୈତିକ ଦଳ ଗୋଟିଏ ଦେଶ-ଗୋଟିଏ ନିର୍ବାଚନକୁ ସମର୍ଥନ କରିଥିଲେ। ୧୫ ଦଳ ବିରୋଧ କରିଥିବା ବେଳେ  ଆଉ ୧୫ ଦଳ ଏଥିରେ କୌଣସି ମତ ରଖିନଥିଲେ ।  ମତ ଗ୍ରହଣ ପରେ କମିଟି ୧୪ ମାର୍ଚ୍ଚ ୨୦୨୪ରେ ଏକ ରିପୋଟ ପୈଠ କରିଥିଲେ ।

୨୦୨୪ ଲୋକସଭା ନିର୍ବାଚନ ବେଳେ ଘୋଷଣାପତ୍ରରେ ଏ ନେଇ  ବିଜେପି କାମ କରିବ ବୋଲି ପ୍ରତିଶ୍ରୃତି ଦେଇଥିଲା । ସ୍ବାଧୀନତା ଦିବସ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ସମସ୍ତେ ଆଗେଇ ଆସିବାକୁ ଅପିଲ କରିଥିଲେ । ଯାହାକି ସଂସଦରେ ଚାଲିଥିବା ଶୀତକାଳୀନ ଅଧିବେଶନ କିମ୍ବା ଆଗାମୀ ବଜେଟ୍ ଅଧିବେଶନରେ ସରକାର ପାରିତ କରିବା ନେଇ ଚର୍ଚ୍ଚା ।

Leave A Reply

Your email address will not be published.