ଭୁବନେଶ୍ୱର: ରାଜ୍ୟ ଲୋକାୟୁକ୍ତଙ୍କ କ୍ଷମତା ବଢ଼ିଲା । ଏଣିକି ଲୋକାୟୁକ୍ତ ଅଦାଲତ ଅବମାନନା ନୋଟିସ୍ ଦେଇପାରିବେ । ୧୯୭୧ ମସିହା ଅଦାଲତ ଅବମାନନା ଆକ୍ଟ ଅନୁସାରେ ଓଡ଼ିଶା ଲୋକାୟୁକ୍ତ ଅଦାଲତ ଅବମାନନା ମାମଲା ପରିଚାଳନା ସହ ନୋଟିସ୍ ଦେଇପାରିବେ । ଏନେଇ ସୋମବାର ରାଜ୍ୟ ବିଧାନସଭାରେ ଏକ ଚିଠା ଅନୁମୋଦିତ ହୋଇଛି ।
ସରକାରୀ ବ୍ୟବସ୍ଥାକୁ ଜଗୁଥିବା ଏହି ସଂସ୍ଥାକୁ ଅଧିକ କ୍ରିୟାଶୀଳ ଏବଂ ସୁଦୃଢ଼ କରିବାକୁ ଏହି ଚିଠ ଆଗତ କରାଯାଇଥିଲା ବୋଲି ରାଜ୍ୟ ସରକାର ସଭାରେ କହିଛନ୍ତି । ଏହା ଦ୍ୱାରା ଏକ ନୂଆ ବ୍ୟବସ୍ଥା ପ୍ରଚଳନ ହେବ । ଯାହାଦ୍ୱାରା ଉଚ୍ଚ ନ୍ୟାୟାଳୟ ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଭଳି ଲୋକାୟୁକ୍ତଙ୍କ ନିକଟରେ ଅଦାଲତ ଅବମାନନା ମାମଲା ପରିଚାଳନା କ୍ଷମତା ରହିବ ।
୨୦୨୦ ମସିହାରେ ଲୋକାୟୁକ୍ତଙ୍କ ପକ୍ଷରୁ ହୋଇଥିବା ପ୍ରସ୍ତାବକୁ ଗ୍ରହଣ କରି ରାଜ୍ୟ ସରକାର ଏହି ଚିଠା ଆଗତ କରିଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ଅଧ୍ୟାଦେଶରେ ସରକାରୀ କର୍ମଚାରୀଙ୍କୁ ସମସ୍ତ ମାମଲାରେ ସହଯୋଗ କରି ଶୀଘ୍ର ତୁଟାଇବାକୁ କୁହାଯାଇଛି । ଏଭଳି ନିର୍ଦ୍ଦେଶର ଅବମାନନା ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।
Comments are closed.