Latest Odisha News

BREAKING NEWS

ପୁରୀରୁ ସମ୍ବିତ ପାତ୍ରଙ୍କ ସହ ନାମାଙ୍କନ ଦାଖଲ କଲେ ହେଭିୱେଟ୍

ପୁରୀ: ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଚାଲିଛି ନାମାଙ୍କନ ପର୍ବ । ବିରାଟ ପଟୁଆରରେ ନିଜ କର୍ମୀଙ୍କୁ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ଏହି ପରିପ୍ରେକ୍ଷୀରେ ଆଜି ପୁରୀ ସଂସଦୀୟ କ୍ଷେତ୍ରର ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସହ ବହୁ ଟାଣୁଆ ନେତା ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ବିଜେପି ସାଂସଦ ପ୍ରାର୍ଥୀ ଆଜି ଉତ୍ତରା ଛକରୁ ନିଜ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ହଜାର ହଜାର ଶୋଭାଯାତ୍ରାଙ୍କ ସହ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।

ଏହି ସମୟରେ ସମ୍ବିତ ପାତ୍ର କହିଛନ୍ତି ଯେ, ପରାଜୟ ସତ୍ତ୍ବେ ସେ ଦୀର୍ଘ ପାଞ୍ଚ ବର୍ଷ ହେବ ପୁରୀବାସୀଙ୍କ ଦୁଃଖ ସୁଖରେ ସାଥୀ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ବନାରସ ସହ ପୁରୀରୁ ମଧ୍ୟ ଲଢ଼ୁଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିନିଧି ମାତ୍ର । ଦୀର୍ଘ ୫ ବର୍ଷ ଧରି ସେ କରିଥିବା କାର୍ଯ୍ୟ ରିପୋର୍ଟ କାର୍ଡ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି । ଅଳ୍ପ ଭୋଟ ବ୍ୟବଧାନରେ ସେ ପରାଜିତ ହୋଇଥିଲେ । ପ୍ରଭୁ ତାଙ୍କୁ କର୍ମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ସେ ନିଷ୍ଠାପର ଭାବେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ତେଣୁ ଏଥର ଦେଶରେ ‘ଫିର୍ ଏକ ବାର ମୋଦି ସରକାର ଓ ଅବ କି ବାର୍ ୪୦୦ ପାର’ ହେବ ଦୃଢତାର ସହ କହିଛନ୍ତି ।

ସମ୍ବିତ୍ ଙ୍କ ସହ ପୁରୀ ଜିଲ୍ଲା ବିଜେପି ସଭାପତି ତଥା ପିପିଲି ବିଧାନସଭା ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ସେହିପରି ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସ ବର୍ମା ପ୍ରାର୍ଥୀ ପତ୍ର ଦାଖଲ ପାଇଁ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ସହ ସତ୍ୟବାଦୀ ଗୋପାଳ ଜୀଉ ମନ୍ଦିରରୁ ବାହାରି ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ସ୍ଵାଧୀନ ପ୍ରାର୍ଥୀ ଭାବେ ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମହାପ୍ରଭୁଙ୍କ ଅଙ୍ଗଲାଗି ସେବକ ଗୌରୀଶଙ୍କର ସିଂହାରୀଙ୍କ ପୁଅ ହରେକୃଷ୍ଣ ସିଂହାରୀ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

ସେହିପରି ପୁରୀ ସଦର ବିଜେଡି ବିଧାୟକ ପ୍ରାଥୀ ସୁନୀଲ ମହାନ୍ତି । ସେ ବଡ଼ଦାଣ୍ଡ ବଗଲା ଧର୍ମଶାଳା ଠାରୁ ପୁରୀ ପୌରପାଳିକା ଅନ୍ତର୍ଗତ ୩୨ ଟି ୱାର୍ଡ ଓ ପୁରୀ ସଦର ଅନ୍ତର୍ଗତ ୨୨ଟି ପଞ୍ଚାୟତର ହଜାର ହଜାର କର୍ମୀଙ୍କୁ ଧରି ଶୋଭାଯାତ୍ରାରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏହା ପରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି ।

ଏହି ସମୟରେ ସଞ୍ଜୟ ଦାସ ବର୍ମା ଓ ଡଃ ସମ୍ବିତ ପାତ୍ର ନାମାଙ୍କନ ପତ୍ର ଦାଖଲ ପାଇଁ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେପି ବିଜେଡ଼ି କର୍ମୀ ମୁହାଁମୁହିଁ ହୋଇ କଥା କଟାକଟି ହୋଇଥିଲେ । ଖବର ପାଇ ଅତିରିକ୍ତ ଏସପି, ସିଟି ଡିଏସପି ଓ ପୁରୀ ଏସପି ପିନାକ ମିଶ୍ର ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିଥିଲେ ।

Leave A Reply

Your email address will not be published.