Latest Odisha News

BREAKING NEWS

ମିଶ୍ରଣ ପର୍ବ: ବିଜେପିରେ ଯୋଗଦେଲେ ଶତାଧିକ ବିଜେଡି ନେତା ଓ କର୍ମୀ

ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସିବା ବେଳକୁ ବଢୁଛି ଦଳ ଅଦଳ ବଦଳ । ଟିକେଟ ଆଶାରେ ନେତା ଓ କର୍ମୀ ମାନେ ଦଳ ବଦଳାଉଛନ୍ତି । ଏହି ଅବସରରେ ଆଜି ବିଜେଡି ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି ।

ସେହିପରି ଅମ୍ବିକା ଫାଉଣ୍ଡେସନର ପ୍ରତିଷ୍ଠାତା ଅମ୍ବିକା ମହାରଣା ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀମତୀ ମହାରଣାଙ୍କ ସମେତ ସମାଜସେବୀ ସୁଜାତା ମିଶ୍ର, ବିଜେଡି ଯୁବ ସାଧାରଣ ସମ୍ପାଦକ ସୂର୍ଯ୍ୟକାନ୍ତ ଜେନା, ପୂର୍ବତନ କର୍ପୋରେଟର ଜ୍ୟୋସ୍ନାମୟୀ ଜେନା, ଆପ୍ ମୁଖପାତ୍ର ଟୁନା ସ୍ୱାଇଁ, ଆଇନଜୀବୀ ଶରତ କୁମାର ସ୍ୱାଇଁ, ବିଜେଡି ସଦସ୍ୟ ପ୍ରଶାନ୍ତ ମହାରଣାଙ୍କ ସହ ବହୁ କର୍ମୀ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡଙ୍ଗୀ ଓ ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ ।

Leave A Reply

Your email address will not be published.