Latest Odisha News

ୱାୟନାଡରୁ ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କେରଳର ୱାୟନାଡ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହି ସମୟରେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉପସ୍ଥିତ ଥିଲେ । ତେବେ ନାମାନଙ୍କର ଭରିବା ପୂର୍ବରୁ ଏକ ବିଶାଳ ରୋଡ ସୋ କରିଥିଲେ ରାହୁଲ । ଯେଉଁଥିରେ ବହୁ ଲୋକଙ୍କର ଭିଡ ଦେଖିବାକୁ ମିଳିଥିଲା ।

୨୦୧୯ ନିର୍ବାଚନରେ ରାହୁଲ ଗାନ୍ଧୀ ପାଖାପାଖି ୫ ଲକ୍ଷ ଭୋଟ୍‌‌ ବ୍ୟବଧାନରେ ଏଠାରେ ବଡ ବିଜୟ ହାସଲ କରିଥିଲେ । ଏହି ଆସନରୁ ଏବେ ସାଂସଦ ମଧ୍ୟ ଅଛନ୍ତି ରାହୁଲ । ତେବେ ଚଳିତ ନିର୍ବାଚନରେ ୱାୟନାଡ଼ ଆସନରେ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ଅଛନ୍ତି ସାଧାରଣ ସମ୍ପାଦକ ଡି. ରାଜାଙ୍କ ପତ୍ନୀ ଆନି ରାଜା ।

ସେହିପରି ବିଜେପି ରାଜ୍ୟ ସଭାପତି କେ. ସୁରେନ୍ଦ୍ରନ ରାହୁଲଙ୍କ ବିପକ୍ଷରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଏହି ତିନି ଜଣ ଶକ୍ତିଶାଳୀ ନେତା ହୋଇଥିବାରୁ ତେଣୁ ଚଳିତ ନିର୍ବାଚନରେ ଏହି ଆସନରେ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.