Latest Odisha News

BREAKING NEWS

‘ଜେଲରେ କେଜ୍ରିଓ୍ୱାଲ ଅସୁସ୍ଥ, କମିଗଲାଣି ୪ ରୁ ୫ କିଲୋ ଓଜନ’

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅସୁସ୍ଥ । କ୍ରମାଗତ ଭାବେ କେଜରିୱାଲଙ୍କ ଓଜନ ହ୍ରାସ ପାଉଥିବା ଜଣାପଡ଼ୁଛି । ଗିରଫ ହେବାର ୧୨ ଦିନ ମଧ୍ୟରେ ତାଙ୍କର ଓଜନ ୪ ରୁ ୫ କିଲୋ କମିଗଲାଣି । ଏନେଇ ଆପ୍ ମନ୍ତ୍ରୀ ଆତିଶୀ ଦାବି କରିଛନ୍ତି ।

ଆତିଶୀ କହିଛନ୍ତି, ‘ଦିଲ୍ଲୀ ନୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜଣେ ମଧୁମେହ ରୋଗୀ । ସ୍ବାସ୍ଥ୍ୟଗତ ସମସ୍ୟା ସତ୍ତ୍ୱେ ସେ ୨୪ ଘଣ୍ଟା ଦେଶର ସେବାରେ ନିୟୋଜିତ ଥିଲେ । ଗିରଫ ହେବା ପରଠାରୁ ୧୨ ଦିନ ଭିତରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଓଜନ ୪ ରୁ ୫ କିଲୋ ହ୍ରାସ ପାଇଛି । ଯାହା ବହୁତ ଚିନ୍ତାର ବିଷୟ ଅଟେ’ ।

ସେ ଆହୁରି କହିଛନ୍ତି ଯେ, ବିଜେପି ତାଙ୍କୁ ଜେଲ ରେ ରଖି ତାଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି । ତେଣୁ ତାଙ୍କର ଜଦି କିଛି ହୁଏ ତେବେ କେବଳ ଦେଶ ନୁହେଁ ଭଗବାନ ମଧ୍ୟ ସେମାନଙ୍କୁ କ୍ଷମା କରିବେ ନାହିଁ ବୋଲି କହିଛନ୍ତି ଆପ୍ ମନ୍ତ୍ରୀ ଆତିଶୀ ।

ଆତିଶୀଙ୍କ ଅଭିଯୋଗ ପରେ ତିହାର ଜେଲ କର୍ତ୍ତୃପକ୍ଷ କହିଛନ୍ତି, ଜେଲରେ ଦୁଇ ଦିନ ରହିବା ଭିତରେ କେଜ୍ରିୱାଲଙ୍କ ଓଜନ କମିନାହିଁ । ସେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତ ମାର୍ଚ୍ଚ ୨୧ ତାରିଖରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି । କେଜ୍ରିୱାଲଙ୍କୁ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସେ ହାଜତରେ ରହିବେ ।

Leave A Reply

Your email address will not be published.