Latest Odisha News

BREAKING NEWS

ଲୋକସଭା ଦର୍ଶକଙ୍କ ପାଇଁ ଖୁବ୍ ଶୀଘ୍ର ଖୋଲିବ, କହିଲେ ବାଚସ୍ପତି

ସଂସଦ ଭିତରେ ସଂକ୍ରମଣ ରୋକିବାକୁ ଦର୍ଶକ ଗ୍ୟାଲେରି ବନ୍ଦ କରିଦିଆଯାଇଥିଲା । ଶାରୀରିକ ଦୂରତା ସକାଶେ ସଦସ୍ୟ ମାନଙ୍କୁ ଦର୍ଶକ ଗ୍ୟାଲେରୀରେ ବସିବା ବ୍ୟବସ୍ଥା କରାଯାଇଥିଲା

ଗୁଆହାଟ୍ଟୀ: ଖୁବ୍ ଶୀଘ୍ର ସାଧାରଣ ଲୋକଙ୍କ ପାଇଁ ଖୋଲିବ ଲୋକସଭା ଦର୍ଶକ ଗ୍ୟାଲେରୀ । କୋଭିଡ ପାଇଁ ଦୁଇ ବର୍ଷ ହେଲାଣି ଏହା ଉପରେ ପ୍ରତିବନ୍ଧକ ଲାଗିଥିଲା । ଏନେଇ ଲୋକସଭା ବାଚସ୍ପତି ଶନିବାର ସୂଚନା ଦେଇଛନ୍ତି ।

ଗୁଆହାଟ୍ଟୀ ଗସ୍ତରେ ଯାଇ ବାଚସ୍ପତି ଓମ ବିର୍ଲା ଏହି ସୂଚନା ଦେଇଛନ୍ତି । ଆଗରୁ କରୋନା ସ୍ଥିତି ଜଟିଳ ଥିଲା । ଏବେ ସେଥରେ ଉନ୍ନତି ଆସିଛି । ପୁନଶ୍ଚ ସାଧାରଣ ଲୋକେ ପାସ୍ ବ୍ୟବସ୍ଥା ଜରିଆରେ ଦର୍ଶକ ଗ୍ୟାଲେରୀକୁ ଯାଇପାରିବେ ବୋଲି ଓମ ବିର୍ଲା ସୂଚନା ଦେଇଛନ୍ତି ।

ବାଚସ୍ପତି କହିଛନ୍ତି, ସଂସଦ ହେଉଛି ଗଣତନ୍ତ୍ରର ମନ୍ଦିର । ସାଧାରଣ ଲୋକେ ଏହାର କାର୍ଯ୍ୟକାରିତା ଓ ଇତିହାସ ବିଷୟରେ ଜାଣିବାର ଆବଶ୍ୟକତା ଅଛି । ଏବେ କରୋନା ସ୍ଥିତି ସୁଧୁରିଲାଣି । ଆଗ ଭଳି ଆଉ ଅବସ୍ଥା ନାହିଁ । ନରେନ୍ଦ୍ର ମୋଦି ସରକାର ସମସ୍ତଙ୍କୁ ଟୀକାକରଣ କରେଇବା ପାଇଁ ପରିଶ୍ରମ କରୁଛନ୍ତି ।

ଆଗକୁ କୋଭିଡ ଗାଇଡଲାଇନ ସହିତ ଦର୍ଶକ ଗ୍ୟାଲେରୀ ଖୋଲା ରହିବ । ଲୋକେ ଭିତରକୁ ଗଲାବେଳେ ସମସ୍ତ ଗାଇଡ଼ଲାଇନ ମାନିବାକୁ ବାଧ୍ୟ ବୋଲି କହିଛନ୍ତି ଓମ ବିର୍ଲା । ସଂସଦ ଭିତରେ ସଂକ୍ରମଣ ରୋକିବାକୁ ଦର୍ଶକ ଗ୍ୟାଲେରି ବନ୍ଦ କରିଦିଆଯାଇଥିଲା ।

ଶାରୀରିକ ଦୂରତା ସକାଶେ ସଦସ୍ୟ ମାନଙ୍କୁ ଦର୍ଶକ ଗ୍ୟାଲେରୀରେ ବସିବା ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.