Latest Odisha News

ଥଣ୍ଡା ଦୂର କରେ ପିପ୍ପଳୀ, ଜାଣନ୍ତୁ ଏହାକୁ ସେବନ କରିବାର ପଦ୍ଧତି…

ଭୁବନେଶ୍ଵର: ଭାରତୀୟ ମାନଙ୍କ ରୋଷେଇ ଘରେ ପିପ୍ପଳୀ ମସଲା ଭାବରେ ବ୍ୟବହୃତ ହୁଏ | ଏହା କେବଳ ଖାଦ୍ୟରେ ସ୍ୱାଦ ବଢ଼ାଏ ନାହିଁ, ବରଂ ଏହାକୁ ପୁଷ୍ଟିକର ମଧ୍ୟ ବନେଇଥାଏ | ଏହାର ନିୟମିତ ସେବନ ଶରୀରକୁ ଅନେକ ରୋଗ ଏବଂ ସମସ୍ୟାରୁ ଦୂରେଇ ରଖେ | ଏହା ଶରୀର ପାଇଁ ରାମବାଣ ସଦୃଶ୍ୟ ବିବେଚନା କରାଯାଏ | ପିପ୍ପଳୀର ବ୍ୟବହାର ଦ୍ୱାରା ରକ୍ତରେ ଥିବା ଗ୍ଲୁକୋଜର ପରିମାଣ ନିୟନ୍ତ୍ରଣରେ ରହିଥାଏ । ଏହା ଯକୃତ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ | ଏହା ଶରୀରକୁ ଜୀବାଣୁ ଠାରୁ ମଧ୍ୟ ରକ୍ଷା କରିଥାଏ | ଆୟୁର୍ବେଦିକ ଔଷଧରେ ପିପ୍ପଳୀ ବହୁଳ ଭାବରେ ବ୍ୟବହୃତ ହୁଏ | ତେବେ ଆସନ୍ତୁ ଜାଣିବା ଆମ ଶରୀର ପାଇଁ ପିପ୍ପଳୀର ଲାଭଦାୟକ ଗୁଣ ସମ୍ବନ୍ଧରେ…

କାଶ ଦୂର କରେ ପିପ୍ପଳୀ

ଦୁଇଟା ପିପ୍ପଳୀକୁ ବାଟି ସେଥିରେ ମହୁ ମିଶାଇ ଖାଆନ୍ତୁ । କିଛି ଦିନ ଖାଇବା ପରେ କାଶ ଦୂର ହୋଇଥାଏ ।

ଥଣ୍ଡା ସମସ୍ୟା ପାଇଁ ପିପ୍ପଳୀ

୨ ଗ୍ରାମ୍ ପିପ୍ପଳୀ ଗୁଣ୍ଡକୁ ମହୁ ସହ ମିଶାଇ ଖାଇଲେ ଥଣ୍ଡା ଦୂର ହୋଇଥାଏ । ଶୀତ ଦିନେ ପିପ୍ପଳୀକୁ ଆପଣ କାଢ଼ା କରି ପିଇପାରିବେ । କାଢ଼ା ପ୍ରସ୍ତୁତ କରିବା ପାଇଁ ଗୋଟେ କପ୍  ପାଣିରେ ଗୋଟେ ଚାମଚ ଶୁଖିଲା ପିପ୍ପଳୀ ଗୁଣ୍ଡ ମିଶାଇ ଫୁଟାନ୍ତୁ । ଏହି କାଢ଼ାକୁ ଉଷୁମ ଉଷୁମ ପିଅନ୍ତୁ । ଏହାଦ୍ଵାରା ଶୀତଦିନିଆ ଥଣ୍ଡା ଦୂର ହୋଇଥାଏ ।

ମୁଣ୍ଡ ବିନ୍ଧା କମ୍ କରେ

ପିପ୍ପଳୀକୁ ପାଣିରେ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେହି ପେଷ୍ଟକୁ ମଥା ଉପରେ ଲଗାଇବା ଦ୍ଵାରା ମୁଣ୍ଡ ବିନ୍ଧା ଦୂର ହୁଏ ।

ମାଂସପେଶୀ ଯନ୍ତ୍ରଣା ଦୂର କରେ

୫-୬ଟି ଶୁଖିଲା ପିପ୍ପଳୀକୁ ଗୁଣ୍ଡ କରି ଗୋଟେ ଗ୍ଲାସ୍ ଗରମ କ୍ଷୀରରେ ମିଶାଇ ପିଇବା ଦ୍ଵାରା ମାଂସପେଶୀ ଯନ୍ତ୍ରଣା ଦୂର ହୋଇଥାଏ ।

ତେବେ ମନେ ରଖନ୍ତୁ, ଗର୍ଭବତୀ ମହିଳା, ଶିଶୁ କିମ୍ବା ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ପିପ୍ପଳୀ ଖାଇବାକୁ ଦିଅନ୍ତୁ ନାହିଁ ।

Comments are closed.