Latest Odisha News

BREAKING NEWS

ଦୀର୍ଘ ସମୟ ଧରି କାମ କରିବା ମଣିଷ ପାଇଁ ଘାତକ ସାଜିପାରେ; ‘ହୁ’

ନୂଆଦିଲ୍ଲୀ: ଦୀର୍ଘ ଘଣ୍ଟା ଧରି କାମ କରିବା ମଣିଷ ପାଇଁ ଘାତକ ସାଜିପାରେ। ଦୀର୍ଘ ସମୟ ଧରି କାମ କରିବା ଦ୍ବାରା ବର୍ଷକୁ ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ଘଟୁଛି। ଯାହା କରୋନା ମହାମାରୀ ହେତୁ ଆହୁରି ତ୍ୱରାନ୍ୱିତ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୋମବାର କହିଛି।

ଏନ୍‌ଭର୍‌ମେଣ୍ଟ ଇଣ୍ଟରନ୍ୟାସନାଲ୍ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୧୬ରେ ଦୀର୍ଘ କାର୍ଯ୍ୟ ସମୟ ସହିତ ଜଡିତ ୭୪୫,୦୦୦ ଲୋକ ଷ୍ଟ୍ରୋକ୍ ଏବଂ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି।

୨୦୦୦ ମସିହାରୁ ଏହି ହାରରେ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ଘଟିଥିବା ଜଣାପଡ଼ିଛି।

‘ହୁ’ର ପରିବେଶ, ଜଳବାୟୁ ପରିବର୍ତ୍ତନ ଏବଂ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ମାରିଆ ନେଇରା କହିଛନ୍ତି ଯେ ସପ୍ତାହରେ ୫୫ ଘଣ୍ଟା କିମ୍ବା ଅଧିକ କାର୍ଯ୍ୟ କରିବା ସ୍ୱାସ୍ଥ୍ୟ ପାଇଁ ଏକ ଗୁରୁତର ବିପଦ।

‘ହୁ’ ଏବଂ ଅନ୍ତର୍ଜାତୀୟ ଶ୍ରମ ସଂଗଠନର ମିଳିତ ଅଧ୍ୟୟନରେ ଦର୍ଶାଯାଇଛି ଯେ ଅଧିକାଂଶ ପୀଡିତ (୭୨%) ପୁରୁଷ ଏବଂ ମଧ୍ୟବିତ୍ତ କିମ୍ବା ବୟସ୍କ ଥିଲେ।

ଏହା ମଧ୍ୟ ଦର୍ଶାଇଛି ଯେ ଚୀନ୍, ଜାପାନ ଏବଂ ଅଷ୍ଟ୍ରେଲିଆରେ ବାସ କରୁଥିବା ଲୋକମାନେ ଏହାଦ୍ବାରା ଅଧିକ ପ୍ରଭାବିତ ହୋଇଛନ୍ତି।

ମୋଟ ଉପରେ, ୧୯୪ ଟି ଦେଶର ତଥ୍ୟ ଉପରେ ଆଧାର କରି କୁହାଯାଇଛି ଯେ ସପ୍ତାହରେ ୫୫ ଘଣ୍ଟା କିମ୍ବା ଅଧିକ କାର୍ଯ୍ୟ କରିବା ଷ୍ଟ୍ରୋକର ହୃଦ୍ ରୋଗରେ ମୃତ୍ୟୁ ହେବାର ଅଧିକ ବିପଦ ରହିଛି।

Comments are closed.