Latest Odisha News

BREAKING NEWS

ଦିନକରେ ଭାରତରୁ ୪୧୦୬ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨ ଲକ୍ଷ ୮୧ ହଜାର ୩୮୬ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନା ନେଇଛି ୪ ହଜାର ୧୦୬ ଆକ୍ରାନ୍ତଙ୍କ ଜୀବନ।

ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଦିନକରେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୭୮ ହଜାର ୭୪୧ ସଂକ୍ରମିତ।

 

ଉଲ୍ଲେଖଯୋଗ୍ୟ, ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୨ କୋଟି ୪୯ ଲକ୍ଷ ୬୫ ହଜାର ୪୬୩କୁ ବୃଦ୍ଧି ପାଇଛି । ମୋଟ୍ ମୃତ୍ୟୁସଂଖ୍ୟା ୨ ଲକ୍ଷ ୭୪ ହଜାର ୩୯୦। ଏବେ ଦେଶରେ ୨ କୋଟି ୧୧ ଲକ୍ଷ ୭୪ ହଜାର ୦୭୬ଟି ସୁସ୍ଥ ମାମଲା ରହିଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୩୫ ଲକ୍ଷ ୧୬ ହଜାର ୯୯୭।

Leave A Reply

Your email address will not be published.