Latest Odisha News

ମମତା ସରକାରଙ୍କୁ ଝଟକା, ମନ୍ତ୍ରୀ ଫିରହାଦ ହାକିମଙ୍କୁ ସିବିଆଇର ଜେରା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ସୋମବାର ବଡ ଝଟକା ଲାଗିଛି । ମନ୍ତ୍ରୀ ଫିରହାଦ ହାକିମଙ୍କୁ ସିବିଆଇ ନାରଦ ଷ୍ଟିଙ୍ଗ ମାମଲାରେ ପଚରା ଉଚରା କରିବା ପାଇଁ ନେଇଯାଇଛି । ହାକିମଙ୍କ ବ୍ୟତୀତ ପୂର୍ବତନ ମେୟର ଶୋଭନ ଚାଟାର୍ଜୀ, ମଦନ ମିତ୍ରା ଓ ସୁବ୍ରତ ମୁର୍ଖାଜୀଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି ।

BjdElectrycity

ରାଜ୍ୟପାଳ ଜଗଦୀଶ ଧନଖାଡେ ମନ୍ତ୍ରୀ ଫିରହାଦଙ୍କ ବିରୋଧରେ ଯାଂଚ କରିବା ପାଇଁ ସିବିଆଇ ଅଧିକାରୀଙ୍କୁ ମଂଜୁରୀ ଦେଇଥିଲେ । ନାରଦ ଦ୍ୱାରା କରାଯାଇଥିବା ଏକ ଷ୍ଟିଙ୍ଗ ଅପରେଶନରେ ଟିଏମସିର ଅନେକ ନେତା ଲାଂଚ ନେଉଥିବା ବେଳେ ଦେଖା ଯାଇଥିଲା । ତେବେ ସିବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, କାହାକୁ ଏହି ଘଟଣାରେ ଗିରଫ କରାଯାଇ ନାହିଁ ।

Leave A Reply

Your email address will not be published.