Latest Odisha News

BREAKING NEWS

ପୋଲିସକୁ ଧକ୍କା ମାରି ଥାନାରୁ ଅଭିଯୁକ୍ତ ଚମ୍ପଟ

ପୁରୀ: କୋର୍ଟ ଚାଲାଣ ପୂର୍ବରୁ ଥାନାରୁ ଖସି ପଳାଇଲା ଅଭିଯୁକ୍ତ । ଅଭିଯୁକ୍ତଠୁ ଧକ୍କା ଖାଇ ରହିଗଲା ପୋଲିସ । ପୁରୀ ବାସେଳୀ ସାହି ଥାନାରୁ ଜଣେ ଅଭିଯୁକ୍ତ ବାବୁନା ଭୋଇ ଖସି ପଳାଇଛି । ଏକ ଚୋରି ମାମଲାରେ ବାସେଳୀ ସାହି ଥାନା ପୋଲିସ ୧୩ ତାରିଖରେ ବାବୁନା ଭୋଇକୁ ଗିରଫ କରିଥିଲା ।

ହେଲେ କୋର୍ଟ ଚାଲାଣ ପୂର୍ବରୁ ପୋଲିସକୁ ଚକମା ଦେଇ ଥାନା ପରିସରରୁ ଖସି ଯାଇଛି ବାବୁନା । ସେଦିନ ରାତିରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ବାବୁନା ଧକ୍କା ମାରି ପଳାଇଥିବା ଅଭିଯୋଗ ହୋଇଛି । ଥାନାରୁ ଅଭିଯୁକ୍ତ ପୋଲିସକୁ ଧକ୍କା ମାରି ପଳାଇବା ପରେ ପୁରୀ ସହରର ଗଳି କନ୍ଦିରେ ନାନା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.