Latest Odisha News

BREAKING NEWS

ଆର ପାରିରେ ମହେଶ ବାବୁଙ୍କ ବାପା କ୍ରିଷ୍ଣା ଘାଟାମଣି

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମର ସୁପରଷ୍ଟାର ମହେଶ ବାବୁଙ୍କ ବାପା କ୍ରିଷ୍ଣା ଘାଟାମଣିଙ୍କ ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିଲା । କିଛି ଦିନ ପୂର୍ବେ ମହେଶଙ୍କ ମାଆଙ୍କ ମଧ୍ୟ ପରଲୋକ ହୋଇଥିଲା । ମହେଶଙ୍କ ବାପାଙ୍କ ଜଣେ ପ୍ରତିଷ୍ଠିତ ଓ ଲୋକପ୍ରିୟ କଳାକାର ଥିଲେ । ସୋମବାର ହାର୍ଟ ଆଟାକ ଆସିବା ପରେ ତାଙ୍କୁ ଡାକ୍ତରଖାନରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା । ୨ ମାସ ମଧ୍ୟରେ ବାପା ଏବଂ ମାଆଙ୍କୁ ହରାଇ ମହେଶବାବୁ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଓ ଆନ୍ଧ୍ରପ୍ରଦେଶର ସିଏମ ଜଗନମୋହନ ରେଡ୍ଡୀ ମଧ୍ୟ କ୍ରିଷ୍ଣାଙ୍କ ବିୟୋଗ ନେଇ ଶୋକ ବ୍ୟକ୍ତ କରିଛନ୍ତି । ୩୫୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରି କ୍ରିଷ୍ଣା ଦକ୍ଷିଣ ଭାରତରେ ଘରେ ଘରେ ପରିଚିତ ଥିଲେ କହିଲେ ଭୁଲ ହେବନି । ସେ ଅଭିନୟ ବ୍ୟତୀତ ଫିଲ୍ମ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।

Leave A Reply

Your email address will not be published.