Latest Odisha News

ଖଣ୍ଡା ଦେଖାଇ ଲୁଟିନେଲେ ଦେଢ଼ ଲକ୍ଷ

ଗଞ୍ଜାମ: ଦୋକାନରେ ପଶି ଖଣ୍ଡା ଦେଖାଇ ଲୁଟ୍ । ଗଂଜାମ ଜିଲ୍ଳା କବିସୂର୍ଯ୍ୟନଗର ଥାନା ଭେଙ୍କଟେଶ୍ୱର ସାହିରେ ଘଟିଛି ଏଭଳି ଘଟଣା । ଦିନ ଦ୍ୱିପହରେ ଏକ ଲୁଗା ଦୋକାନରେ ପଶି ଖଣ୍ଡା ଦେଖାଇ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଏହି ଲୁଟ୍‌ର ପୁରା ଘଟଣା ସିସିଟିଭିରେ କଏଦ୍ ହୋଇଛି ।

ଗତକାଲି ଦିନ ପ୍ରାୟ ସାଢ଼େ ୩ଟା ବେଳେ ଲୁଗା ଦୋକାନ ଭିତରେ ଗ୍ରାହକ ସାଜି ଦୁଇ ଲୁଟେରା ପଶିଥିଲେ । ଏହାପରେ ଲୁଟେରା ଦ୍ୱୟ ସେଲ୍ସ ମ୍ୟାନ୍‌କୁ ଖଣ୍ଡା ଦେଖାଇଥିଲେ । ପରେ ଧକ୍କା ଦେଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.