Latest Odisha News

BREAKING NEWS

ମହାରାଷ୍ଟ୍ର କୋଠା ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

ମୁମ୍ବାଇ: ଗତକାଲି ଭୋରୁ ମହାରାଷ୍ଟ୍ରର ଭିୱଣ୍ଡିରେ ଏକ ତିନି ମହଲା କୋଠା ଭୁଶୁଡି ପଡିଥିଲା ।  ପ୍ରଥମେ ୮ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ‌ପରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଥିଲା। ଏବେ ଘଟଣାର ୨୪ଘଣ୍ଟା ପରେ ଆଉ ୧୦ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯାହାଫଳରେ ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚିଛି। ଏହା ସହ ଏନଡିଆରଏଫ ପକ୍ଷରୁ ୨୦ଜଣଙ୍କୁ ଉଦ୍ଧାର କରାଯାଇଛି ।

ସେହିପରି ଘଟଣା ପରେ ଭଗ୍ନସ୍ତୁପ ତଳୁ ୨୦ ଜଣ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକ ସୁରକ୍ଷିତ ଭାବେ ଗତକାଲି ଉଦ୍ଧାର କରିଥିଲେ। କୋଠା ଭୁଶୁଡ଼ିବା ଘଟଣାରେ ଦୁଇ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ଏବଂ କୋଠା ମାଲିକଙ୍କ ବିରୋଧରେ ଏକ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି। ଥାଣେ ଠାରୁ ପ୍ରାୟ ୧୦କିଲୋମିଟର ଦୂର ଭିଓ୍ବାଣ୍ଡିରେ ଥିବା ଏହି କୋଠାରେ ୪୦ଟି ଫ୍ଲାଟ ଥିଲା ଏବଂ ସେଠାରେ ପ୍ରାୟ ୧୫୦ଜଣ ଲୋକ ରହୁଥିଲେ।

 

Leave A Reply

Your email address will not be published.