Latest Odisha News

BREAKING NEWS

ହସର ପସରା ଆଣିଛି ଜୀ ସାର୍ଥକର ‘ଖାଡେଙ୍ଗା ଫ୍ୟାମିଲି’

ଭୁବନେଶ୍ୱର : ଜୀ ସାର୍ଥକ ପକ୍ଷରୁ ଆରମ୍ଭ ହୋଇଛି ନୂଆ କମେଡି ସୋ ‘ଖାଡେଙ୍ଗା ଫ୍ୟାମିଲି’ । ଗତ କିଛି ଦିନ କରୋନା ଯୋଗୁଁ ମନୋରଂଜନ କ୍ଷେତ୍ର ଟିକେ ମାନ୍ଦାବସ୍ଥା ଦେଇ ଗତି କରୁଛି । ଲକ୍ ଡାଉନ ପରେ କମେଡିରେ ଭରପୁର ଏହି ନୂଆ ଧାରାବାହିକ ଆସିଛି ।

ଏହି ଖାଡେଙ୍ଗା ଫ୍ୟାମିଲିରେ ଅଛନ୍ତି କୁନା ତ୍ରିପାଠୀ, ଉଷଷୀ ମିଶ୍ର, ସରସ୍ୱତୀ, ବ୍ରଜ ସିଂ, ନମିତା, ଚାନ୍ଦିନୀ, ଅଲକା ଓ ଆଦ୍ୟାଶାଙ୍କ ପରି କଳାକାର ଅଛନ୍ତି । ପ୍ରତି ଏପିସୋଡ୍‌ରେ ଜଣେ କି ଦୁଇ ଜଣ ନୂଆ ଅତିଥି ଆସିବେ । ସେମାନଙ୍କ ସହ କିଛି ଆଲୋଚନା କିଛି ଥଟ୍ଟାମଜ୍ଜା ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିବେ ବୋଲି ଆଶା ରହିଛି ।

ଗତ ୧୭ ତାରିଖରୁ ଏହି କାର୍ଯ୍ୟକ୍ରମର ପ୍ରସାରଣ ଆରମ୍ଭ ହୋଇଛି । ପ୍ରତି ଶୁକ୍ରବାର ଓ ଶନିବାର ରାତି ସାଢେ ୯ ଟାରେ ଏହା ପ୍ରସାରିତ ହେବ ।

Leave A Reply

Your email address will not be published.