Latest Odisha News

ଲୁଟେରାଙ୍କ ଟାର୍ଗେଟରେ ବଡ ବଡ ନେତା ମନ୍ତ୍ରୀ, ପୂର୍ବତନ ପିସିସି ସଭାପତିଙ୍କ ଘରୁ ଲୁଟ୍

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍‌ । ନୟାପଲ୍ଲୀ ଭିଆଇପି କଲୋନୀ ସ୍ଥିତ ନିରଞ୍ଜନଙ୍କ ବାସଭବନରୁ ଲୁଟ୍‌ ହୋଇଥିବା ନେଇ ସୂଚନା ମିଳିଛି । ଆଲମିରା ଲକର୍‌ ତାଡ଼ି ୫୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ତେବେ ଘରେ କେହି ନଥିବା ବେଳେ ଲୁଟ୍ ହୋଇଥିବା ନେଇ ସୂଚନା । ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନାନୁସାରେ, ନିରଞ୍ଜନଙ୍କ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନର ଉପର ମହଲା ରହୁଥିବା ପୁଅ ବୋହୁଙ୍କ ଘରୁ ଲୁଟ ହୋଇଛି । ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ନେଇଯାଇଛନ୍ତି ଦୁର୍ବୃତ୍ତ । ପାଚେରୀ ଡେଇଁ ଘରେ ଚୋର ପଶିଥିବା ବେଳେ ଲୁଟ୍ ପରେ ଝରକା ବାଟ ଦେଇ ଫେରାର ମାରିଛନ୍ତି ଲୁଟେରା । ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚି ଛାନଭିନ କରୁଛି । ସିସିଟିଭି ଫୁଟେଜକୁ ଆଧାର କରି ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚି ଛାନଭିନ କରୁଛି ।

Comments are closed.