Latest Odisha News

ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ: କର୍ତ୍ତବ୍ୟ ପଥରେ ପତାକାତ୍ତୋଳନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶର ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ପତାକାତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଏହି ସମାରୋହରେ ଭାରତରୁ ମୁଖ୍ୟ ଅତିଥି ଭାବରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ ଯୋଗ ଦେଇଛନ୍ତି ।

ଏହି ଅବସରରେ ଭାରତୀୟ ବାୟୁସେନା କର୍ତ୍ତବ୍ୟ ପଥରେ ପୁଷ୍ପ ବର୍ଷା କରିଛନ୍ତି । ବାୟୁସେନା ଭାରତୀୟ ତ୍ରିରଙ୍ଗା ସହିତ ପୁଷ୍ପ ବର୍ଷା କରିଛନ୍ତି । ଏହା ସହ କର୍ତ୍ତବ୍ୟପଥରେ ବାଦ୍ୟଯନ୍ତ୍ର ସହିତ ସମଗ୍ର ଦେଶରୁ ୩୦୦ଜଣ ପ୍ରତିଭାବାନ କଳାକାର ସାମିଲ ହୋଇଛନ୍ତି । ଏହା ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗର ଏକ ଝଲକ । ଏହା ବ୍ୟତୀତ ୫୦୦୦ କଳାକାରଙ୍କୁ ନେଇ ୧୧ ମିନିଟର ଏକ ସାଂସ୍କୃତିକ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏହି ପ୍ରଦର୍ଶନରେ ଦେଶର ବିଭିନ୍ନ ସ୍ଥାନରୁ୪୫ ରୁ ଅଧିକ ନୃତ୍ୟ ଶୈଳୀ ସାମିଲ ହୋଇଥିଲେ ।

Comments are closed.