Latest Odisha News

BREAKING NEWS

ରାୟଗଡ଼ାରେ ବଡ଼ ଡକାୟତି; ୨୦ ତୋଳା ସୁନା ଓ ୨୦୦ ଗ୍ରାମ୍ ରୂପା ଲୁଟ୍

ରାୟଗଡ଼ା: ସାଇପ୍ରିୟା ନଗରର ତୃତୀୟ ଲେନରେ ହୋଇଛି ବଡ଼ ଧରଣର ଡକାୟତି । ଶୁକ୍ରବାର ରାତିରେ ଏମ. ଭେଙ୍କଟ ରାଓଙ୍କ ଘରେ ବିଳମ୍ବିତ ରାତ ପ୍ରାୟ ସାଢ଼େ ତିନିଟା ବେଳେ ପଶିଥିଲେ ଲୁଟେରା ଦଳ ।

BjdElectrycity

୨୦ ତୋଳା ସୁନା ଓ ଦୁଇ ଶହ ଗ୍ରାମ୍ ରୂପା ସହ ୩୦ ହଜାର ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଛି । ଘରେ ସମସ୍ତେ ଶୋଇଥିବା ବେଳେ ଆଠ ଜଣିଆ ଡକାୟତ ଦଳ ମାରଣାସ୍ତ୍ର ଧରି ଝରକା ତାଡ଼ ପଶିଥିଲେ । ଘରର ସମସ୍ତ ସଦସ୍ୟଙ୍କ ହାତଗୋଡ଼ ବାନ୍ଧି ଗହଣା ଓ ଟଙ୍କା ମାଗିଥିଲେ ।

ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି । ଆଇଆଇସି ରଶ୍ମି ରଂଜନ ପ୍ରଧାନଙ୍କ ନେତୃତ୍ୱରେ ସାଇଣ୍ଟିଫିକ ଟିମ୍ ଓ ଡଗସ୍କ୍ୱାଡ୍ ତଦନ୍ତ କରିଛନ୍ତି । ରାତି ଅଧିଆ ଏଭଳି ଭୟଙ୍କର ଘଟଣା ଦେଖି ସ୍ଥାନୀୟ ଲୋକେ ଛାନିଆ ହୋଇଯାଇଛନ୍ତି । ତଦନ୍ତ ସରିନଥିବାରୁ ଆଇଆଇସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

Leave A Reply

Your email address will not be published.