Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଶୋଷରେ ଛଟପଟ ହେଉଥିଲା ମାଙ୍କଡ, ଆଉ ତା ପରେ…

ଭୁବନେଶ୍ୱର: ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ସମଗ୍ର ଦେଶବାସୀଙ୍କୁ ଛଟପଟ କଲାଣି । ମଣିଷଙ୍କ କଥା ଛାଡନ୍ତୁ ପଶୁପକ୍ଷୀ ବି ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି । ଏପରି ସ୍ଥିତିରେ କିଛି ଲୋକେ ଘର ବାହାରେ ପାଣି କୁଣ୍ଡ ରଖି ଜୀବଜନ୍ତୁଙ୍କୁ ଉତ୍ତପ୍ତ ପରିବେଶରୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି । ତେବେ ନିକଟରେ ଗୋଟିଏ ଶୋଷିଲା ମାଙ୍କଡକୁ ଦେଖି ଜଣେ ଟ୍ରାଫିକ୍ ପୋଲିସ କର୍ମଚାରୀଙ୍କ ପଦକ୍ଷେପ ଖୁବ ଚର୍ଚ୍ଚା ସାଉଣ୍ଟିଛି ।

ମହାରାଷ୍ଟ୍ରର ଜଣେ ଟ୍ରାଫିକ୍ ପୋଲିସ କର୍ମଚାରୀ ସତେ ଅବା ଗୋଟିଏ ଶୋଷିଲା ମାଙ୍କଡର ମନ କଥା ଜାଣିପାରିଥିଲେ । ଶୋଷରେ ଛଟପଟ ହେଉଥିବା ଗୋଟିଏ ମାଙ୍କଡକୁ (ପୋଷା ନୁହେଁ)ପାଣି ଦେବା ଲାଗି ସେ ଧାଇଁ ଯାଇଥିଲେ । ଆଶ୍ଚର୍ଯ୍ୟର କଥା ଟ୍ରାଫିକ୍ ପୋଲିସ କର୍ମଚାରୀ ଜଣକ ହାତରେ ପାଣି ବୋତଲ ଧରିଥିଲାବେଳେ ମାଙ୍କଡଟି ଅବାଧରେ ପାଣି ପିଇ ଚାଲିଥିଲା ।

ଏହି ଦୃଶ୍ୟ ମଣିଷ ଓ ଜୀବଜନ୍ତୁଙ୍କ ମଧ୍ୟରେ ଥିବା ଏକ ନିଶ୍ଚିତ ଅଦୃଶ୍ୟ ସଂପର୍କକୁ ସୂଚାଉଛି । ଭିଡିଓଟି କେତେ ପୂରଣା ଓ କେତେ ନୂଆ ଜଣାନାହିଁ । ହେଲେ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି ।

Leave A Reply

Your email address will not be published.