Latest Odisha News

BREAKING NEWS

ମୋବାଇଲ ଫୋନର ଅଶ୍ଳୀଳ କ୍ଲିପ ଦୁଷ୍କର୍ମର କାରଣ ସାଜୁଛି: ହର୍ଷ ସଙ୍ଘଭୀ

ଅହମ୍ମଦାବାଦ: ଗୁଜରାଟର ମନ୍ତ୍ରୀ ହର୍ଷ ସଙ୍ଘଭୀଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ଦେଶରେ ଦୁଷ୍କର୍ମ ମାମଲା ବଢ଼ିବା ନେଇ ସେ କହିଥିଲେ ମୋବାଇଲ ଏବଂ ପୀଡିତାଙ୍କ ଜଣାଶୁଣା ଲୋକଙ୍କୁ ଯୋଗୁ ଦୁଷ୍କର୍ମ ମାମଲା ବଢ଼ୁଛି । ଏବେ ମୋବାଇଲରେ ଅତି ସହଜରେ ଅଶ୍ଲୀଳ କ୍ଲିପ ମିଳୁଛି, ଏହା ପଥଭ୍ରଷ୍ଟ କରିବା ପାଇଁ ପ୍ରମୁଖ କାରଣ ବୋଲି ସେ କହିଛନ୍ତି । ଏଥିପାଇଁ ପୋଲିସକୁ ଦାୟୀ କରିବା ଯୁକ୍ତିଯୁକ୍ତ ନୁହେଁ ।

ଜଣେ ପରିବାର ସଦସ୍ୟ ଯଦି ଏହି କୁକର୍ମ କରିବ, ସେଠାରେ ପୋଲିସ କଣ କରିବ ବୋଲି ସେ ପ୍ରଶ୍ନ କରିଥିଲେ । ତେବେ ହର୍ଷଙ୍କ ଏହି ବୟାନ ନେଇ ମିଶ୍ର ପ୍ରତିକ୍ରିୟା ଆସିଛି । ନିକଟରେ କରାଯାଇଥିବା ଏକ ସର୍ଭେରେ ଜଣାପଡିଛି ପରିବାର ସଦସ୍ୟ, ପଡୋଶୀ ଏବଂ ପରିଚିତ ବ୍ୟକ୍ତିଙ୍କ ଦ୍ୱାରା ଦୁଷ୍କର୍ମ ମାମଲା ବଢ଼ୁଛି ।

Leave A Reply

Your email address will not be published.