Latest Odisha News

BREAKING NEWS

କେରଳ ଶ୍ରେଷ୍ଠ ଶାସିତ ରାଜ୍ୟ, ଓଡ଼ିଶାକୁ ନେଗେଟିଭ୍ ର‌୍ୟାଙ୍କ

ବେଙ୍ଗଳୁରୁ: ଦେଶରେ କେରଳ ହେଉଛି ଶ୍ରେଷ୍ଠ ଶାସିତ ରାଜ୍ୟ । ଏହି କ୍ଷେତ୍ରରେ ଓଡିଶାର ସ୍ଥିତି ନୈରାଶ୍ୟଜନକ । ନେଗେଟିଭ୍ ପଏଂଟ ସ୍କୋର ସହ ର‌୍ୟାଙ୍କିଙ୍ଗରେ ତଳ ଆଡୁ ଦ୍ୱିତୀୟ ସ୍ଥାନରେ ରହିଛି ଓଡିଶା । ସ୍ଥାୟୀ ବିକାଶ ପ୍ରସଙ୍ଗରେ ଆଧାରିତ ଉନ୍ନତ ଶାସନ ବ୍ୟବସ୍ଥାକୁ ନେଇ ଏହି ସର୍ଭେ କରାଯାଇଛି ।

ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ତଥା ବେଙ୍ଗଳୁରୁର ଏକ ଅଣଲାଭକାରୀ ସଂସ୍ଥା ମୁଖ୍ୟ କେ.କସ୍ତୁରୀରଙ୍ଗନ କହିଛନ୍ତି ଯେ, ଉତ୍ତମ ଶାସନ ଦେବାରେ ଦେଶର ସବୁଠୁ ଆଗରେ ରହିଛି କେରଳ । ବଡ ରାଜ୍ୟ ବର୍ଗରେ ଉତ୍ତର ପ୍ରଦେଶ ଏହି ତାଲିକାରେ ସବୁଠୁ ତଳେ ରହିଛି । ବେଙ୍ଗଳୁରୁର ଜନସମ୍ପର୍କ କେନ୍ଦ୍ର ଦ୍ୱାରା ପ୍ରକାଶିତ ପବ୍ଲିକ ଆଫାୟର୍ସ ଇଣ୍ଡେକ୍ସ-୨୦୨୦ରେ ରାଜ୍ୟକୁ ଗୁଡିକୁ ର‌୍ୟାଙ୍କିଂ ପ୍ରଦାନ କରାଯାଇଛି ।

ଓଡିଶା ଏହି ତାଲିକାରେ ତଳଆଡୁ ଦ୍ୱିତୀୟ ସ୍ଥାନରେ ରହିଛି । ଓଡିଶାକୁ ନେଗେଟିଭ୍ ମାଇନସ୍ ୧.୨୦୧ ପଏଂଟ୍ ମିଳିଛି । ମାଇନସ ୧.୪୬୧ ପଏଂଟ ସହ ଓଡିଶା ପଛକୁ ରହିଛି ଉତ୍ତର ପ୍ରଦେଶ । ତଳପଟୁ ତିନି ନମ୍ବରରେ ରହିଛି ବିହାର । ଏହି ରାଜ୍ୟର ପଏଂଟ ହେଉଛି ମାଇନସ ୧.୧୫୮ । ଦକ୍ଷିଣ ଭାରତ ରାଜ୍ୟ ମଧ୍ୟରେ କେରଳ ୧.୩୮୮ ପଏଂଟ ସହ ପ୍ରଥମରେ ଥିବା ବେଳେ ୦.୯୧୨ ପଏଂଟ ସହ ତାମିଲନାଡୁ ଦ୍ୱିତୀୟ, ୦.୫୩୧ ପଏଂଟ ସହ ଆନ୍ଧ୍ରପ୍ରଦେଶ ତୃତୀୟ, ୦.୪୬୮ ସହ କର୍ଣ୍ଣାଟକ ଚତୁର୍ଥ ସ୍ଥାନରେ ରହିଛି ।

ଛୋଟ ରାଜ୍ୟ ବର୍ଗ ମଧ୍ୟରେ ଗୋଆ ସବୁଠୁ ଆଗରେ ଥିବା ବେଳେ ମେଘାଳୟ ଓ ହିମାଚଳ ପ୍ରଦେଶ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.