Latest Odisha News

BREAKING NEWS

ସରକାରୀ ଅଫିସରୁ ୮ ଲକ୍ଷ ଟଙ୍କା ଲୁଟ୍

ମାଲକାନଗିରି : ଛୁରୀ ଦେଖାଇ ସରକାରୀ ଅଫିସରୁ ୮ ଲକ୍ଷ ଟଙ୍କା ଲୁଟ୍ । ଟଙ୍କା ଲୁଟ୍ କରିବା ଘଟଣାରେ ମାଲକାନଗିରି ପୋଲିସ ଆଜି ଜଣେ ସାମ୍ବାଦିକଙ୍କ ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାଥିଲି ଥାନା ଅନ୍ତର୍ଗତ ପୁରୁଣା ବ୍ଲକ କଲୋନିରେ ଥିବା ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟରୁ ଗତକାଲି ରାତିରେ କିଛି ଦୁର୍ବୁତ୍ତ ମୁହରେ କଳା କପଡା ଲଗାଇ କର୍ମଚାରି ମାନଙ୍କୁ ଛୁରୀ ଦେଖାଇ ନଗଦ ୮ ଲକ୍ଷ ଟଙ୍କା ସହ ୪ ଟି ମୋଟର ସାଇକଲ ଓ ୪ ଟି ମୋବାଇଲ ଫୋନ ଲୁଟି ନେଇଥିଲେ । ଘଟଣାକୁ ନେଇ ଆଜି ମାଥିଲି ଥାନାରେ ଏତଲା ଦେବା ପରେ ପୋଲିସ ୨୪ ଘଣ୍ଟା ମଧ୍ୟରେ ଅପରାଧି ମାନଙ୍କୁ ଧରିବାରେ ସଫଳ ହୋଇଛି ।

ପାତ୍ରପୁଟ, ଚାଉଳମେନ୍ଦି ଓ ମେଣ୍ଡୁକୁଲି ଗ୍ରାମରେ ଚଢାଉ କରି ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ସମସ୍ତ ୮ ଲକ୍ଷ ଟଙ୍କା, ମୋଟର ସାଇକଲ ଓ ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି । ଗତକାଲି ମାଥିଲି ବ୍ଲକର କିଛି ହିତାଧିକାରି ମାନଙ୍କଠାରୁ ଜଳ ବିଭାଜିକା ପ୍ରକଳ୍ପ ଏହି ସବୁ ଟଙ୍କା ସଂଗ୍ରହ କରିଥିଲା । ଗାଁର ଉନ୍ନତି ଓ ସରକାରି କାର୍ଯ୍ୟ ପାଇଁ ଏହି ସବୁ ଟଙ୍କା ଆଜି ବ୍ୟାଙ୍କରେ ଜମା ହେବାର ଥିଲା । ହେଲେ ଦୁର୍ବୁତ ମାନେ ଏହା ଜାଣିବା ପରେ ରାତିରେ ଲୁଟ କରିଥିଲେ ।

ତେବେ ସବୁ ଠାରୁ ବଡ କଥା ହେଉଛି ଯେ ପ୍ରଶାନ୍ତ କୁମାର ଶଗଡିଆ ନାମକ ଜଣେ ୱେବ ଚ୍ୟାନେଲର ସାମ୍ବାଦିକ ମଧ୍ୟ ସାମିଲ ଥିବା ବେଳେ ଏହି ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ରାମ ଚନ୍ଦ୍ର ନାଗ ବୋଲି ମାଲକାନଗିରି ଏସ.ଡି.ପି.ଓ କହିଛନ୍ତି । ଗିରଫ ପାଞ୍ଚ ଜଣ ରାମଚନ୍ଦ୍ର ନାଗ, ପ୍ରଶାନ୍ତ କୁମାର ଶଗଡିଆ, ରତନ ମାଝି, ଆନନ୍ଦ କାଶ୍ୟପ ଓ କୃଷ୍ନ କୋଟିଆକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.