Latest Odisha News

BREAKING NEWS

‘ରାଜ୍ୟ ମହିଳା କମିଶନ’ ଅଧ୍ୟକ୍ଷା ପଦବୀରୁ ଇସ୍ତଫା ଦେଲେ ଲୋପାମୁଦ୍ରା ବକ୍ସିପାତ୍ର

ଭୁବନେଶ୍ୱର: ଲୋପାମୁଦ୍ରା ବକ୍ସିପାତ୍ର ରବିବାର ଦିନ ‘ରାଜ୍ୟ ମହିଳା କମିଶନ’ ଅଧ୍ୟକ୍ଷା ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦବୀରେ ଥିବା ଲୋପାମୁଦ୍ରାଙ୍କର କାର୍ଯ୍ୟକାଳ ଆସନ୍ତା ଡ଼ିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଥିଲା, ତେବେ ସେ ତାଙ୍କର ଇସ୍ତଫାପତ୍ର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଦେଇଛନ୍ତି ।

ରାଜ୍ୟ ସରକାର ଡ଼ିସେମ୍ବର ୩, ୨୦୧୫ ରେ ଲୋପାମୁଦ୍ରାଙ୍କୁ ପୁନର୍ବାର ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦବୀରେ ନିଯୁକ୍ତ କରିଥିଲେ ।

ଲୋପାମୁଦ୍ରା ବକ୍ସିପାତ୍ର ଡ଼ିସେମ୍ବର ୩, ୨୦୧୨ରୁ ଏହି ପଦବୀରେ ରହିଆସିଛନ୍ତି । ସେ ପୂର୍ବ ଅଧ୍ୟକ୍ଷା ଡ଼ଃ ଜ୍ୟୋତି ପାଣିଗ୍ରାହୀଙ୍କ ପରେ ଦାୟିତ୍ୱ ଗ୍ରହଣ କରିଥିଲେ ।

Leave A Reply

Your email address will not be published.